ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ ଲୋକଙ୍କ ଧାନ କାଟି ନେବା ଘଟଣା, ପ୍ରଶାସନ ର ହସ୍ତକ୍ଷେପ ପରେ ସମସ୍ୟା ର ହେଲା ସମାଧାନ

 ଢେଙ୍କାନାଳ (ମସୀହା)୦୬/୧୨_ କାମାକ୍ଷା ନଗର ଥାନା ମହୀଧରପୁର ଗ୍ରାମର ଭୂମିଜ ସମ୍ପ୍ରଦାୟ ର ଲୋକମାନେ ଚାଷ କରିଥିବା ଧାନ କ୍ଷେତ ରୁ ବଳପୂର୍ବକ ଧାନ କାଟି ନେଉଛନ୍ତି କଙ୍କଣ ଗ୍ରାମର କିଛି ଖଳ ପ୍ରକୃତି ର ଲୋକ l ଏ ନେଇ ଗତ କାଲି ଜିଲ୍ଲାପାଳ ଙ୍କ ଗାଡ଼ି ଆଗରେ ଦଣ୍ଡାୟମାନ ହୋଇ ଗୁହାରି କରି ଥିଲେ ଭୂମିଜ ସମ୍ପ୍ରଦାୟ ଲୋକ |ସେମାନଙ୍କ ଅଭିଯୋଗ ମୁତାବକ ୨୦୦୭ ମସିହାରୁ ସେମାନଙ୍କୁ କଙ୍କଡାହାଡ ତହସିଲ ପକ୍ଷରୁ ମିଳିଥିବା ଜଙ୍ଗଲ ଜମି ରେ ସେମାନେ ଗତ ୩ ବର୍ଷ ହେବ ଧାନ ଚାଷ କରି ଆସୁଛନ୍ତି | କିନ୍ତୁ କଙ୍କଣ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ପ୍ରତିବର୍ଷ ଅମଳ ପୂର୍ବରୁ ଏହା ତାଙ୍କ ଜମି କହି କ୍ଷେତରୁ ବଳପୂର୍ବକ ଅସ୍ତ୍ର ଶସ୍ତ୍ର ଧରି ଧମକାଇ ଧାନ କାଟି ନେଉଛନ୍ତି ||ତେଣୁ ଏ ନେଇ ସ୍ଥାନୀୟ ପୋଲସି କୁ ଅଭିଯୋଗ ପରେ ବି ପୋଲିସ କର୍ଣ୍ଣପାତ କରୁ ନାହିଁ |ତେବେ ଚଳିତବର୍ଷ ମଧ୍ୟ ସେମାନେ ଧାନ ଚାଷ କରି ଥିବା ବେଳେ,ଗତ କାଲି ଠାରୁ ପୂର୍ବ ଭଳି କଙ୍କଣ ଗ୍ରାମର କିଛି ଲୋକ ବଳପୂର୍ବକ ସେମାନଙ୍କ ଧାନ କାଟି ନେଉଛନ୍ତି |ଏ ନେଇ କାମାକ୍ଷାନଗର ଠାରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିବା ପରେ, ଜିଲ୍ଲାପାଳ ସ୍ଥାନୀୟ ଏସଡିପିଓ ଓ ତହସିଲଦାର ଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ । ତେବେ ଆଜି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ କାମାକ୍ଷାନଗର ଏଡିପିଓ, କଙ୍କଡ଼ାହାଡ଼ ତହସିଲଦାର, ସ୍ଥାନୀୟ ଆରାଇ ଓ ସରପଞ୍ଚ ଙ୍କ ଉପସ୍ଥିତି ରେ ଉଭୟପକ୍ଷ ଙ୍କୁ ଘଟଣାସ୍ଥଳ କୁ ଡକା ଯାଇ ଏହାର ସମାଧାନ କରାଯାଇଛି |ତେବେ ଯେଉଁମାନେ ଚାଷ କରିଥିଲେ ସେମାନଙ୍କ ଧାନ ବଳ ପୂର୍ବକ କାଟି ନେଇଥିବା ଲୋକମାନେ ସେମାନଙ୍କ ଧାନ ଫେରାଇ ଦେବା ସହ, ଜମି ଚିହ୍ନଟ ନ ହେବା ପର୍ଯ୍ୟନ୍ତ କେହି ସେହି ଜମିକୁ ଅକ୍ତିଆର କରିବେ ନାହିଁବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି |ସେପଟେ ଏହି ନିଷ୍ପତି କୁ ଏକପାଖିଆ ନିଷ୍ପତି ବୋଲି ଅଭିଯୋଗ କରିଛନ୍ତି ମଇଧରପୁର ଗ୍ରାମର ଭୂମିଜ ସମ୍ପ୍ରଦାୟ ର ଗ୍ରାମବାସୀ |ତେବେ ଆଦିବାସୀ ଲୋକଙ୍କ କ୍ଷେତ ରୁ ବଳପୂର୍ବକ ଧାନ କାଟି ନେବା ଘଟଣା ପ୍ରଶାସନ ର ହସ୍ତକ୍ଷେପ ପରେ ହୋଇ ଥିବା ସମାଧାନ,ଆଗାମୀ ଦିନରେ ଉଭୟ ପକ୍ଷ ଏହାକୁ ମାନୁଛନ୍ତି ନା, ଏହା ପୂର୍ବ ଭଳି ଉଗ୍ର ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା |

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଥୁଆମୂଳ ରାମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ଜୟନ୍ତୀ ପଟ୍ଟନାୟକ ଙ୍କୁ ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଷଡ଼ଙ୍ଗୀ ନୋଡାଲ ସ୍କୁଲ୍ ରେ ପୋଷଣ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!