ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁଷରା 11ଷ୍ଟାର 3–0ଗୋଲରେ ସ୍ପୋର୍ଟ୍ସହଷ୍ଟେଲ ଭବାନୀପାଟଣାକୁ ପରାସ୍ତ କରି ସେମି ଫାଇନାଲରେ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଦ୍ୱିତୀୟ ଦିନ ମ୍ୟାଚ ଭବାନୀପାଟଣା ସ୍ପୋର୍ଟ୍ସହଷ୍ଟେଲ ଓ ତୁଷୁରା 11ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ନିର୍ଦ୍ଧାରିତ ସମୟମଧ୍ୟରେ ତୁଷୁରା 11ଷ୍ଟାର 3–0 ଗୋଲରେ ଭବାନୀପାଟଣା ସ୍ପୋର୍ଟ୍ସ ହଷ୍ଟେଲକୁ ପରାସ୍ତ କରି ବିଜୟୀ ହୋଇ ସେମି ରେ ପ୍ରବେଶ କରିଛି l ମ୍ୟାଚକୁ ଲଳିତ ସାହୁ, ସନ୍ଦୀପ ତରାଇ ଓ ପିଙ୍କୁ ଚନ୍ଦନ ପରିଚାଳନା କରିଥିଲେ l ଏହି ମ୍ୟାଚରେ ସମାଜସେବୀ ବିବେକ ଦାସ ମୁଖ୍ୟ ଅତିଥି, ବିଜେପି କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଞ୍ଜୟ ଜୈନ, ଟୁର୍ଣ୍ଣାମେଣ୍ଟ ସଭାପତି ନରୋତ୍ତମ ସେଲମା, ପୌରକେଲା ପୂର୍ବତନ ସମିତିସଭ୍ୟ ସିମାଞ୍ଚଳ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ, ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାସ କୁମୁରା, ଟୁର୍ନାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ସାମ୍ବାଦିକ ସତ୍ୟ ନାରାୟଣ କୁମାର, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, ଲିପୁନ ରଣା, ଦେବେନ୍ଦ୍ର ଲେଙ୍କା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼ ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣିସାହୁ ଧାରାବିବରଣୀ ପ୍ରଦାନ କରିଥିବା ସ୍କୋରବୋର୍ଡ ଦାଇତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ l ବୁଧବାର ଦିନ ରାଜାଖରିଆର ବନାମ ଜୁନାଗଡ଼ ମଧ୍ୟରେ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଖସିଗୁଡ଼ାରେ ଗଢିଲା ତିନି ଠାକୁରଙ୍କ ୩ ରଥ

ମ.ରାମପୁର ବାଙ୍କେଲ ର ଡ୍ରାଗନ୍ ଫଳଚାଷ କୁ ନାବାର୍ଡ ର ମୁଖ୍ୟ ମହାପ୍ରବନ୍ଧକ ଓ ୩୦ ଗୋଟି ଜିଲ୍ଲାର ଡିଡି ଏମ ଙ୍କ କ୍ଷେତ୍ର ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!