ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଲା କୁକୁରଙ୍କ ପ୍ରାଦୁର୍ଭାବ , କୁକୁର କାମୁଡାରେ ୩ ଆହତ

ଭବାନୀପାଟଣା : ୩୦/୧୧ – (ମ.ନି.ସ) :- ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ଦ୍ବାରା ମନୁଷ୍ୟ ସମାଜରେ ଏବେ ଆତଙ୍କ ସୃଷ୍ଟି କରିଛି, କେତେକ ସ୍ଥାନରେ ବୁଲା କୁକୁରଙ୍କ ଶିକାର ହେଉଥିବା ଜଣାପଡିଛି। ଏହି ଅଳ୍ପ ଦିନ ମଧ୍ୟରେ କୁକୁର କାମୁଡାରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୁଚନା ଅନୁସାରେ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଅନ୍ତର୍ଗତ ଅର୍ତ୍ତଲ ଗ୍ରାମପଞ୍ଚାୟତ କାନ୍ଦୁଲଝର ଗ୍ରାମର ଜନୈକ ବ୍ଯକ୍ତି ଈଶ୍ବର ଶବର (୫) ଙ୍କୁ ସକାଳ ୭ ଘଣ୍ଟା ସମୟରେ କୁକୁର କାମୁଥିବାବେଳେ ଉକ୍ତ ଗ୍ରାମର ନେପାଳ ମାଝୀ (୫୪)ଙ୍କୁ ଦିନ ୧୧ ଘଣ୍ଟା ସମୟରେ କୁକୁର କାମୁଡି ଥିବାବେଳେ ସେହି ଦିନ ରାତ୍ର ୧୧ ଘଣ୍ଟା ସମୟରେ ପରଯୁଆଡ ଝାଡା ଯାଇ ଫେରୁଥିବା ବେଳେ ପଛପଟୁ କୁକୁର ଆକ୍ରମଣ କରିଥିଲା। ସେହିପରି ପଲନା ଗ୍ରାମପଞ୍ଚାୟତ କନ୍ଦାଖୋଲ ଗ୍ରାମର ଜଗନ୍ନାଥ ପାଣିଗ୍ରାହୀ ଙ୍କ ୨ ବର୍ଷର ଶିଶୁପୁତ୍ରକୁ ତାଙ୍କ ଘର ସମ୍ମାନ ରେ ଠିଆ ହୋଇଥିବା ସମୟରେ କୁକୁର କେଉଁ ଆଡୁ ଆସି ହଠାତ କାମୁଡି ଦେଇଛି। କ୍ରମାଗତ ଭାବରେ କୁକୁର କାମୁଡି ଚାଲିଥିବା ବେଳେ ବିଭାଗୀୟ ଅଧିକାରୀ ନିରବ ଦ୍ରଷ୍ଟା ସାଜିଛି ବୋଲି ମତ ପ୍ରକାଶ ପାଉଛି। ଏଦିଗରେ ପ୍ରାଣୀ ଚିକିତ୍ସା ବିଭାଗ ଓ ଗ୍ରାମପଞ୍ଚାୟତ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରହିଣୀ

Sunil Chandra Nayak

ଜଙ୍ଗଲ ଜମି ବିବାଦ ର ଗ୍ରାମସଭା ହୋଇପାରିଲା ନାହିଁ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ସୁରା ର ପିଆଲା ସାଜି

Sunil Chandra Nayak

Leave a Comment

error: Content is protected !!