ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଡାବୁଗାଁ, ୭/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -୨୦୨୨ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି ମୁଖ୍ୟ ଅତିଥି ଭାବ ଏଯୋଗ ଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ | ଏଥିରେ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟରୁ ମୋଟ ୫୫ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଏଥିରେ ବିଚାରକ ଭାବେ ଡାବୁଗାଁ ଭୈରବ ମହାବିଦ୍ୟାଳୟ ର ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ ଓ ଭବାନୀ ଶଙ୍କର ତ୍ରିପାଠୀ ଯୋଗ ଦେଇ ୯ ଟି ଶ୍ରେଷ୍ଠ ପ୍ରକଳ୍ପକୁ ଚୟନ କରିଥିଲେ | ଚୟନ ହୋଇଥିବା ଶ୍ରେଷ୍ଠ ପ୍ରକଳ୍ପ ଗୁଡିକ ହେଲା ବରିଷ୍ଠ ବିଭାଗରେ ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର ମାନସୀ ପାତ୍ର (୧ମ), ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ନିହାରିକା ବିଶୋୟୀ (୨ୟ) ଓ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଜି. ବିନ୍ଦୁ ସାଗର (୩ୟ) ଏବଂ କନିଷ୍ଠ ବିଭାଗରେ ବୋରିପଦର ଆଶ୍ରମ ବିଦ୍ୟାଳୟର ଶ୍ରାବଣୀ ଭତ୍ରା (୧ମ), ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର ଖୁସୁବୁ ଭତ୍ରା (୨ୟ), ମେଦନା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସିମାଞ୍ଚଳ ନାୟକ (୩ୟ), କୋଇଲାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାର୍ବତୀ ଭତ୍ରା (୪ର୍ଥ), ଏକ୍ସ-ବୋର୍ଡ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଏସ. ସାରିକା (୫ମ) ଓ ବଡଓଲମା ଆଶ୍ରମ ବିଦ୍ୟାଳୟର ଶରତ କୁମାର ମାଝି (୬ଷ୍ଠ) | ଏଥିରୁ ୫ଟି ଶ୍ରେଷ୍ଠ ପ୍ରକଳ୍ପ ଜିଲା ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବେ | ଚୟନ ହୋଇଥିବା ଛାତ୍ରୀ ଛାତ୍ରଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା | ଶେଷରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ସମ୍ମାନୀତ ଅତିଥି ଭାବେ ଜିଲପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ତହସିଲଦାର କୃଷ୍ଣଚନ୍ଦ୍ର ଦାସ, ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ଆବାହକ ପ୍ରଭାସ ଚନ୍ଦ୍ର ରାୟ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ପ୍ରମୁଖ ମଞ୍ଚାସୀନ ଥିଲେ | ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ | ଏଥିରେ ଶିକ୍ଷୟତ୍ରୀ ଗିରିଶବାଳା ଜେନା, ବନଲତା ମହାନ୍ତି, ପୁଷ୍ପାଞ୍ଜଳି ମଣି, ଇତିଶ୍ରୀ ସେଠୀ, ପ୍ରତିମା ମାଝି, ବିଷ୍ଣୁପ୍ରିୟା ବେହେରା, ମାନସୀ ମହାନ୍ତି, ଗୀତାଞ୍ଜଳି ବସ୍ତିଆ, ପିଙ୍କି ଗୁପ୍ତା, ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ରତିକାନ୍ତ ନାୟକ, ଧନସିଂ ତନ୍ତୀ, ବିଶ୍ଵେଶ କୁମାର ତ୍ରିପାଠୀ, ଜିତେନ୍ଦ୍ର ମାଝି, ବଲ୍ଲଭ ନାରାୟଣ ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମେନ୍ଦ୍ର ନାଥ ବେହେରା ଓ ସମସ୍ତ ସିଆରସିସି ମାନେ ସହଯୋଗ କରିଥିଲେ | ଏହି କାଅଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨

ବିଭିନ୍ନ ସମସ୍ୟାରେ ବୁଡି ରହିଛି ଇଡିଦା ଗୋଲକ ନାରାୟଣ ହାଇସ୍କୁଲ 

Sunil Chandra Nayak

ବସୁଧୈବ କୁଟୁମ୍ବକମ୍ ର ପରିବେଶ ସୁରକ୍ଷା ଆଲୋଚନା

Sunil Chandra Nayak

Leave a Comment

error: Content is protected !!