ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଆଦର୍ଶ ବିଦ୍ୟାଳୟରେ ଦୁଇ ଦିବସୀୟ ବାର୍ଷିକ କ୍ରୀଡା ଉଦଘାଟିତ

କୋକସରା,୦୭/୧୨- କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ଠାରେ ମଙ୍ଗଳବାର ଦୁଇ ଦିବସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦିନବନ୍ଧୁ କରଙ୍କ ଅଧ୍ୟକ୍ଷତାରେ ସ୍କୁଲର ଖେଳ ପଡ଼ିଆରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷା ବିଭାଗର ବିଆରସିସି ତୋଫାନ ମାଝୀ ଓ ମୁଖ୍ୟ ବକ୍ତା ଭାବେ ଆମପାଣି ବୁଢ଼ାରଜା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଉପସ୍ଥିତ ରହି ପାଠପଢିବା ସହ ଖେଳକୁଦରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅତିଥିଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିବା ସହ ବାର୍ଷିକ କ୍ରୀଡା ଦିବସର ଉଦଘାଟନ କରିଥିଲେ। ଏହି ଅବସରରେ ଆଦର୍ଶ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଅସୀମ ଅଜିତାଭ ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବର୍ଗର ଖେଳକୁଦ ଅନୁଷ୍ଠିତ ହୋଇଥିଲା। ବାର୍ଷିକ କ୍ରୀଡାକୁ ବିଦ୍ୟାଳୟର ଶିକ୍ଷକ କମଳାକାନ୍ତ ସାହୁ, ବିଜୟ ବାଗ, ଅମୁଲ୍ୟ ସିଂ, ଶଙ୍କର ରାଉତ, କିଶନ ତାଣ୍ଡି, ଧୀରେନ୍ଦ୍ର ଠାକୁର, ବିଶ୍ୱରଞ୍ଜନ ସାହୁ, ଅମୁଲ୍ୟ ସିଂ, ପଦ୍ମମୁଖ ଚଳାନ, ସୁରେନ୍ଦ୍ର ଦାସ, ଲୋପା ମୁଦ୍ରା ସାହୁ, ନଲିନିପ୍ରଭା ନାଏକ, ଅଞ୍ଜଳି ମହାପାତ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ବୁଧବାର କ୍ରୀଡା ଉତ୍ସଵର ଉଦଯାପିତ ହେବା ନେଇ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଶତବାର୍ଷିକୀ ଆସନ୍ତା ୨୨ ଓ ୨୩ରେ

Sunil Chandra Nayak

ଆତ୍ମସୁରକ୍ଷ୍ୟା ତାଲିମ ଶିବିର

Sunil Chandra Nayak

ଇ ହେଲଥ ଯୋଜନାରେ ଅନିୟମିତତା …

Sunil Chandra Nayak

Leave a Comment

error: Content is protected !!