ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଠିକଟା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

ରାଉରକେଲା/ ଲାଠିକଟା ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ସେଣ୍ଟ ଜନ୍ସ ଇଂଲିଶ ସ୍କୁଲ ଠାରେ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମିତି ଅଧ୍ୟକ୍ଷ ଦିଲ୍ଲୀପ ଖେସ ଓ ସମ୍ମାନିତ ଅତିଥି ଭାବେ ଜଲଦା ସରପଞ୍ଚ ଗୀତା ଓରାମ, ହାତିବନ୍ଧ ସରପଞ୍ଚ ଭାରତୀ ମୁଣ୍ଡାରୀ, ସମିତି ସଭ୍ୟ ନୈନା ଭଞ୍ଜ, ଲାଠିକଟା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ସା, ଅତିରିକ୍ତ ଶିକ୍ଷାଧିକାରୀ ଶରତଚନ୍ଦ୍ର ପତି ଏବଂ ସ୍କୁଲର ଅଧ୍ୟକ୍ଷ କୁଲକାନ୍ତ ଖେସ୍ ପ୍ରମୁଖ ଯୋଗଦେଇ ବିଜ୍ଞାନମେଳାର ଉପାଦେୟତା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧିର ଏହା ଏକ ମାଧ୍ୟମ ବୋଲି କହିଥିଲେ । ବ୍ଲକର ୧୩ଟି କ୍ଲଷ୍ଟରରୁ ସମୁଦାୟ ୨୬୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟଅତିଥି ଭାବେ ସୁନ୍ଦରଗଡ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇ ଡି କୋଡିନେଟର ଅମାତ୍ୟ ପ୍ରଧାନ, ମୁଖ୍ୟବକ୍ତା ଭାବେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଭିଜିତ ଜେନା ଓ ବିଜ୍ଞାନ ସୁପରଭାଇଜର ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନର ବ୍ୟବହାର, ପରିବେଶ ର ପ୍ରଭାବ, ବିଜ୍ଞାନ ଓ ଗଣିତ ମଧ୍ୟରେ ଥିବା ସୁନ୍ଦର ରହସ୍ୟ ଉପରେ ଆଲୋକପାତ କରିବା ସହ ବିଜ୍ଞାନ ସର୍ବଦା ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ । ଭାଗନେଇଥିବା ୨୬୨ଟି ପ୍ରକଳ୍ପ ମଧ୍ୟରୁ ଶ୍ରେଷ୍ଠ ୫ଟି ପ୍ରକଳ୍ପ ଯଥା କାର୍ମେଲ ସ୍କୁଲର ସୃତିସ୍ନିଗ୍ଧା ଓରାମ, ସେଣ୍ଟ ଜନ୍ସ ଇଂରାଜୀ ସ୍କୁଲର ସାରା ଖାନ ଓ ସ୍ବର୍ଣ୍ଣ ମୟୀ ସାହୁ, ଦେଓକରଣ ବିଦ୍ୟାପୀଠର ସୁମନ ଏକ୍କା ଓ ଉପାସନା ବେହେରା ତଥା ବିଜ୍ଞାନ ସେମିନାରରେ ଆଦର୍ଶ ବିଦ୍ୟାଳୟର ପ୍ରତିଭା ନାୟକ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । କୃତି ପ୍ରତିଯୋଗୀ ଜିଲ୍ଲା ସ୍ତରର ପ୍ରତିଯୋଗିତାରେ ଭାଗ ନେବେ। ରାଜ୍ୟ ସୁରଭି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରୀ ସଂଗୀତରେ ରାଜ୍ୟରେ ପ୍ରଥମ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପୁରସ୍କାର ପାଇଥିବା ତଥା ଶିକ୍ଷୟିତ୍ରୀ ସୁନିତା ମୁଣ୍ଡାଙ୍କୁ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା । ଏବିଇଓ ଶରତଚନ୍ଦ୍ର ପତି ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିବା ବେଳେ ସୁରଜ କୁମାର ପାଣିଗ୍ରାହୀ ମଂଚ ପରିଚାଳନା କରିଥିଲେ । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଭୀମଚରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲା ବେଳେ ପରିଚାଳନା କମିଟି, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି ଓ ଶିକ୍ଷକ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚିଲିଗୁଡା ମଣ୍ଡି ଉଦଘାଟିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଓଡ଼ିଆ କବି, ଗାରିମା ଛବି 

ଗାନ୍ଧୀ ଜୟନ୍ତୀରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ ଓ ଫଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!