ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଘମୁଣ୍ଡା ସେବାଶ୍ରମ ସ୍କୁଲ୍ ପାଚେରୀ ପଛରୁ ଉଦ୍ଧାର ହେଲା ମୃତ ଶରୀର ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

କାମାକ୍ଷାନଗର (ମ ନି ସ)8/12_ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପରଜଙ୍ଗ ଥାନା ଅଧୀନସ୍ଥ ମହାବୀରୋଡ ଫାଣ୍ଡି ନିକଟସ୍ଥ ବାଘମୁଣ୍ଡା ଆଶ୍ରମ ବିଦ୍ୟାଳୟ ପଛ ପଟେ ଏକ ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ କୁଟୁରିଆ ପଂଚାୟତ ବାଘମୁଣ୍ଡା ଗ୍ରାମର ଉର୍ବଶୀ ସିଂହ, ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଛି ବୋଲି ମହାବୀର ରୋଡ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ୍ୟୁ ବ୍ୟକ୍ତି ହେଲେ ସୁଶାନ୍ତ ସିଂହ ପିତା ହାଡିବନ୍ଧୁ ସିଂ l ସେହି ଗ୍ରାମର ପ୍ରଶାନ୍ତ ସିଂହ ତାଙ୍କ ସ୍ୱାମୀକୁ ଧାନ ବିଲକୁ ହଳ ଧରିବାକୁ ଡାକିଥିଲେ। ସେ ନ ଯିବାରୁ ଜୋର୍ ଜବରଦସ୍ତ ହଳ ନେବାକୁ ଡାକିଥିଲେ।ତେବେ ସେ ଆଉ ଘରକୁ ଫେରି ନ ଥିଲେ। ଏନେଇ ପ୍ରଶାନ୍ତ ସିଂହ ଙ୍କୁ ଘର ଲୋକ ପଚାରିବାରୁ ସେ କହିଥିଲେ କି ସେ ଆମ ଘର ଶୋଇଛନ୍ତି।କିନ୍ତୁ ଆଜି ସକାଳ ସମୟରେ ଘରକୁ ନ ଫେରିବାରୁ ଘର ଲୋକେ ଆଖ ପାଖ ଅଂଚଳରେ ବହୁ ଖୋଜା ଖୋଜି କରିଥିଲେ। ତେବେ ସୁଶାନ୍ତ ଙ୍କ ବାପା ବାଘମୁଣ୍ଡା ଆଶ୍ରମ ବିଦ୍ୟାଳୟ ପଛ ପାଖରେ ମୃତ ଦେହକୁ ଦେଖି ଘର ଲୋକ ଙ୍କୁ କହିବା ସହ ଗ୍ରାମବାସୀଙ୍କୁ କହିଥିଲେ । ଏନେଇ କୁଟୁରିଆ ପଂଚାୟତର ସରପଞ୍ଚ ରଂଜିତ କୁମାର ସାହୁ ଖବର ପାଇ ଘଟଣା ସ୍ଥଳରେ ପହଂଚି ଫାଣ୍ଡି ଅଧିକାରୀ ଙ୍କୁ ସୂଚନା ଦେଇଥିଲେ।ଖବର ପାଇ ଫାଣ୍ଡି ଅଧିକାରୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଠାବ କରିବା ସହ କାମାକ୍ଷା ନଗର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ଏବେ ବି କାରଣ ଅସ୍ପଷ୍ଟ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି କି ନିଜେ ସେ ଆତ୍ମହତ୍ୟା କରିଛନ୍ତି ଏ ନେଇ ପୋଲିସ ତଦନ୍ତ ଚଳାଇଛି। କିନ୍ତୁ ମୃତକ ପରିବାର ଲୋକେ ପ୍ରଶାନ୍ତ ସିଂହଙ୍କ ନାମରେ ସନ୍ଦେହ କରି ଆଣିଛନ୍ତି ହତ୍ୟା ଅଭିଯୋଗ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚମ ଅଧ୍ଯାୟର ସାରକଥା–୫

ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Sunil Chandra Nayak

ରିତୟନି ଆଇଟିଆଇରେ ଛାତ୍ରଙ୍କୁ ମାଡ଼ ଓ ଶିକ୍ଷାଦାନ ଅନିୟମିତତା ନେଇ ମୟୁରଭଞ୍ଜ ବନ୍ଦ

Sunil Chandra Nayak

Leave a Comment

error: Content is protected !!