ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ନୀଳମାଧଵ ହାଇ ସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

 ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟଳୟରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଉଦଘାଟିତ ଉତ୍ସବ ସମାରୋହରେ ଜିଲ୍ଲା ପରିଷଦ ଉପ।ଧକ୍ଷ ଶ୍ରୀମତୀ ସୁଧିରା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ବିଜ୍ଞାନମେଳର ଶୁଭ ଉଦ୍ଘାଟନ କରିଥିଲେ ।ଏଥିରେ ଜୁନାଗଡ଼ ବି ଇ ଓ ଶସ୍ତି ଝାଙ୍କର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  ସମ୍ମାନିତ  ଅତିଥି ଭାବରେ ଜୁନାଗଡ଼ ବି ଡି ଓ ତୁଳ।ରାମ ମାରାଣ୍ଡି , ଜୁନାଗଡ଼ ସରକାରୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ , କଳାହାଣ୍ଡି ଜିଲ୍ଲା ସାଇନ୍ସ ସୁପର ଭାଇଜର ଦୁଷ୍ମନ୍ତ ଶେଖର ପାଢ଼ୀ ଏବଂ ଆୟୋଜକ ସମ୍ପାଦକ ତଥା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ,ମୁଣ୍ଡର।ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ଜୁନାଗଡ଼ ଗାର୍ଲସ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ।ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମ ରେ ବ୍ଲକର ଅନେକ ବିଦ୍ୟଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର ବିଜ୍ଞାନ ସମନ୍ଦିୟ ଉପକରଣ ଦେଖାଇ ନିଜର ଦକ୍ଷତାର ବିକାଶ ଦେଖାଇ ଥିଲେ । ଏଥିରେ ସବ ଜୁନିଅର ,ଜୁନିୟର ଏବଂ ସିନିୟର ବିଭ।ଗ ରଖା ଯାଇ ଥିଲା ।ପ୍ରାୟ ୮୫ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଏଥିରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ସୁପାରିଶ କରାଯାଇଛି । ଏହି କାର୍ଯ୍ୟକ୍ରମ ର ଉଦଯାପିତ ଉତ୍ସବ ସମାରୋହରେ ବରିଷ୍ଠ ଶିକ୍ଷାବିତ ସୁଧାଂଶୁ ଶେଖର ନେଗି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବି ଇ ଓ ଶସ୍ତି ଝାଙ୍କର ,ଜୁନାଗଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ,ଏ ବି ଇ ଓ କୁଲମଣି ମାଝି ,କ୍ଷୀରୋଦ ଭୋଇ ,ଉପ ସଭାପତି ବି ଏ ସ ଆର ସି ମନୋରଞ୍ଜନ ପାଣିଗ୍ରାହୀ ,ଶିକ୍ଷକ ସୁଧୀର କୁମାର ବେହେରା,ସମ୍ପାଦକ ବି ଏ ସ ଆର ସି ମଳୟ କୁମାର ମୁଣ୍ଡ , ସୁଧୀର କୁମାର ମେହେର ,ସରୋଜ କୁମାର ପଣ୍ଡା ,ସି ଆର ସି ସି ଗୋଦାବରୀଶ ପଣ୍ଡା ,ବିଜୟ କୁମାର ପାଢୀ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଦୁଇ ଜଣ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକଙ୍କୁ ବିଜ୍ଞାନ ପ୍ରତି ଆଗ୍ରହ ଓ ବିଗତ ଦିନରେ ବିଜ୍ଞାନର ଉନ୍ନତି ଓ ସହଯୋଗରେ ଅବଦାନ ପାଇଁ ଶିକ୍ଷକ ବ୍ରଜମୋହନ ପାତ୍ର ଏବଂ ସରୋଜ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ଏବଂ ବୀର ବାଦ୍ୟ ଘୁମୁରା ପରିବେଷିତ ହୋଇଥିଲା ।ଯାହାକି ବେଶ ଚିତାକର୍ଷକ ରହିଥିଲା । କାର୍ଯ୍ୟକ୍ରମ ରେ ଶିକ୍ଷକ ସୁଧୀର କୁମାର ମେହେର ଏବଂ ସୂର୍ଯ୍ୟ ନାରାୟଣ ଠାକୁର ମଞ୍ଚ ପରିଚାଳନା କରି ଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ,ଶିକ୍ଷୟତ୍ରୀ ,ଅଭିଭାବକ ଗଣ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଆୟୋଜକ ସମ୍ପାଦକ ତଥା ନୀଳମାଧଵ ସରକାରୀ ବିଦ୍ୟଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା ମହକ

Sunil Chandra Nayak

ଲକ୍ଷ୍ମୀ ପୂଜାରେ ଖେଚୁଡି ବଣ୍ଟନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!