ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘାଟି ରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ଯାତାୟତ ବାଧା ପ୍ରାପ୍ତ 

 ପାପଡାହାଣ୍ଡି ,8/12, ମନିସ :- କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଗୁରୁବାର ଅପରାହ୍ନ 1ଟା ବେଳେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିବା ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଛି | ଟ୍ୟାଙ୍କର ତେଲ ରାସ୍ତାରେ ବହୁ ଥିବାରୁ କିଛି ଅଘଟଣ ଆଶଙ୍କାରେ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି | ଦୀର୍ଘ ସମୟ ଧରି ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ମଧ୍ୟରେ ଯାନ ବାହାନ ଚଳା ଚଳ ବନ୍ଦ ରହିଛି | ସୂଚନା ଅନୁସାରେ, 26ନଂ ଜାତୀୟ ରାଜପଥରେ ପାରାଦ୍ୱୀପ ପଟରୁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର (OD 01AP 7846) ଆମପାଣି ଠାରୁ 5km ଦୂର ଯିବା ପରେ ଏକ ବୁଲାଣି ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା l ରାସ୍ତା ସାରା ତେଲ ଢାଳି ହୋଇଯାଇଥିବା ବେଳେ ଡ୍ରାଇଭର ସାମନ୍ୟ ଆହତ ହୋଇଥିଲେ | ଟ୍ୟାଙ୍କରରେ ପାଖା ପାଖି ପେଟ୍ରୋଲ 4ହଜାର ଲିଟର ଓ ଡିଜେଲ 8ହଜାର ଲିଟର ଥିବାର ସୂଚନା ମିଳିଛି l କିଛି ବାଇକ ଆରୋହୀ ଯିବା ଆସିବା କରୁଥିବା ବେଳେ ତଳେ ମଧ୍ୟ ପଡିଯାଇଥିଲେ l ଖବର ପାଇ ମୈଦଲପୁର ଓ ଆମପାଣି ପୋଲିସ ଘଟଣା ସ୍ଥଳରେ ପହଂଚି ଥିବା ବେଳେ ଉଭୟ ପାର୍ଶ୍ଵ ର ଅଗ୍ନିଶମ ବିଭାଗ ପହଂଚି ସଜାଗ ହୋଇ ରହିଛନ୍ତି l ଘଟଣାସ୍ଥଳ ପାଖ କୁ କାହାକୁ ଛଡା ଯାଉନ ଥିବା ବେଳେ ଉଭୟ ପାର୍ଶ୍ଵ ରେ ବହୁତ ଗାଡି ଅଟକି ରହିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ଜନ୍ମପୀଠ ଉପରବେଡା ଜାହେରା ଗାଳରୃ ପୂଜାର୍ଚ୍ଚନା

Sunil Chandra Nayak

ପ୍ରଗତି ର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

Sunil Chandra Nayak

ରୋଟାରୀ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ

Sunil Chandra Nayak

Leave a Comment

error: Content is protected !!