ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ ଭଜନ

ଜୟମାଆ ବିରଜା  

      ଭଜନ

     
ଜାଣିହେଲା ଜାଣି ହେଲାରେ କାଳିଆ
ଜାଣିପାରିଲି ମୁଁ ତୋର ବଡିମା,
ବଡ଼ ଦିଅଁ ବୋଲି ଆଶ୍ରା କରିଥିଲି
ଭାଙ୍ଗି ଦେଲୁ ତୁହି ,ମୋର ଗାରିମା
ଜାଣି ହେଲା……..
ଜଗତ ଠାକୁର ତୁହି ଦୟାବନ୍ତ
ପଡି ଅଛି ତୋର ପାଦ ତଳିଆ,
ସ୍ବର୍ଣ୍ଣ ସିଂହାସନେ ବସି ଭୂଲି ଯାଉ
ଏହି ପରା ତୋର ବଡ଼ ପଣିଆ ।।
ଜାଣି ହେଲା…….
ତୁ କେବଳ ଦେଖୁ ତୋହରି ମହତ
ଷାଠିଏ ପଉଟି ଖାଉ ତୁ ସଦା ,
ଏ ସମୟେ ଆଜି ଘଟେ ଅଘଟଣ
ବାଧେ ନାହିଁ ତୋତେ କାହାରି ବାଧା ।ଜାଣି ହେଲା……
ଧନ ଜୀବନରେ ବାଧା ପକାଇଲା
ଭୂତାଣୁ ରାକ୍ଷସୀ ଜଗତ ସାରା,
ବଡ଼ ଦିଅଁ ଯଦି ଡାକ ନ ଶୁଣୁଛୁ
କାହିଁକି ବସିବୁ ସେଠାରେ ପରା ।।
ଜାଣି ହେଲା….
ସତରେ କହୁଛି କାଳିଆରେ ତୋତେ
ତୁଣ୍ଡେ ଧରିବିନି କେବେ ତୋ ନାଆଁ
ଉପକାର ଯଦି ନକଲୁରେ ତୁହି
କେଉଁ ଗୁଣେ ତୋତେ ଲୋଡିବି ପରା
ଜାଣି ହେଲା …

ଉମାକାନ୍ତ ଦାସ

ଲାଲବାଗ, ଖାନନଗର 
ମଙ୍ଗଳ ପୁର , ଯାଜପୁର

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅସ୍ତରାଗ

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

ରାଜ୍ୟର ୩୦ ପ୍ରତିଶତ ପିଲା ସ୍କୁଲକୁ ଆସୁନାହାନ୍ତି

Leave a Comment

error: Content is protected !!