ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ସ୍ରୋତ

   ସ୍ରୋତ

           ପ୍ରେମଲତା

ଜୀବନର ସ୍ରୋତ ଧାଉଁଛି ନୀରବେ
 ଜଳିବା ସଳିତା ହୋଇ
କିଏ ଜାଣେ କେତେବେଳେ ଲିଭିଯିବ
  ଝଲ୍ କା ପବନ ପାଇ। 
ଆଶାର ଆଲୋକ ସମୟ ସ୍ରୋତରେ
  ଭାସେ ଶୋଲଡଙ୍ଗା ହୋଇ
ହତାଶ ବସାରେ ମନ ପକ୍ଷୀଝୁରେ
  ବତାସର ଭୟ ନେଇ। 
 ବ୍ୟଥିତ ହୁଦୟେ ଆକାଶ କୁସୁମ
 ହୁଦରୁ ହୁଦୟ ଛୁଇଁ
ପ୍ରେମର ବାଂଶୋରୀ ଅଦିନ ସଂପର୍କେ
    ଲୁହ ଯାଇଥାଏ ପିଇ। 
ପୁନଶ୍ଚ ପଶ୍ଚିମ ଦିଗ ବର୍ଣ୍ଣ ଶୋଭା
     କୁଆଁତାରା ସ୍ୱପ୍ନନେଇ
ତରସି ବରଷେ ବୟସ ସ୍ରୋତରେ
   ତାର ବୋଲି କେହି ନାହିଁ। 
ମାଦକ ମଧୁପ ମଧୁ ଗୁଞ୍ଜରଣ
   ଦେହଦାହ ଦୁଲୁକେଇ
ନିଛକ ମାୟାର ମାଳାଗୁନ୍ଥୁଥାଇ
  ମରୁ ମରିଚିକା ପାଇଁ। 
ଅଥଚ ସର୍ତ୍ତ ରେ ଅନେକ ଭାବନା
 ବିଶାଳ ରୋଷଣୀ କରି
 ଭାବ କ୍ରିୟା କର୍ମେ ବଞ୍ଚବା ମରିବା
     ନିଚ୍ଛକ ଛଳନା ପୂରି। 
 ଦଇବଦଉଡି ନେଉଥାଏ ଟାଣି
  ଜନ୍ମ ର ଜାତକ ଲେଖି
 ପ୍ରୀତିର ବିଭବ ଘନଘନସ୍ଫୁରେ
 ସ୍ରୋତ ଶୋଷ ନୀରିମାଖି।

କେନ୍ଦ୍ରାପଡ଼ା

Related posts

କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ – ପୁଣି ଏକ ଦାଦନ ଶ୍ରମିକ ର ଗୋଆ ରେ ମୃତ୍ୟୁ ,  ଅର୍ଥାଭାବ ରୁ ଫେରି ପାରିଲା ନାହିଁ ଶବ।।।

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର_ଜୟପୁର ରେଳ ପ୍ରକଳ୍ପ ଡିସେମ୍ବର ୨୦୨୫ରେ କାମ ସରିବା ନେଇ ସନ୍ଦେହ ?

Sunil Chandra Nayak

Leave a Comment

error: Content is protected !!