ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା; ୬୪୮ ବେକାର ଯୁବକଯୁବତୀଙ୍କ ନାମ ହେଲା ପଞ୍ଜିକରଣ

ନବରଙ୍ଗପୁର—(ମସିହା) ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନବରଙ୍ଗପୁରର ଆରସିଡି ହାଇସ୍କୁଲ ପଡ଼ିଆରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ୫ଟି ବ୍ଲକ ଯଥା ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ପାପଡ଼ାହାଣ୍ଡି ଓ କୋଷାଗୁମୁଡାର ମୋଟ ୬୪୮ ଜଣ ବେକାର ଯୁବକଯୁବତୀମାନେ ଯୋଗଦେଇ ନାମ ପଞ୍ଜିକରଣ କରିଥିଲେ। ଏଥିପାଇଁ ବ୍ଲକ ଅନୁସାରେ ପଞ୍ଜିକରଣ କାଉଣ୍ଟର ଖୋଲା ଯାଇଥିଲା। ଉଦଘାଟନୀ ସଭାରେ ମୁଖ୍ୟଅତିଥୀ ଭାବେ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗଦେଇ ରାଜ୍ୟସରକାରଙ୍କର ଏହି ନିଯୁକ୍ତି ମେଳାରେ ଜିଲ୍ଲାର ବେକାର ଯୁବକ ଯୁବତୀମାନେ ଯୋଗଦେଇ ଚାକିରୀ ଓ କର୍ମନିଯୁକ୍ତିରେ ଆତ୍ମନିର୍ଭରଶୀଳ ହୋଇ ରୋଜଗାର କରିବାକୁ ପରାମର୍ଶ ଦେଇଥିଲେ। ଏହି ମେଳା ଦ୍ୱାରା ପ୍ରତିବର୍ଷ ବହୁ ବେକାରୀ ଉପକୃତ ହୋଇ ପାରୁଥିବା କହିଥିଲେ। ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଉକ୍ତ ମେଳା ଦ୍ୱାରା ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନେ ସେମାନଙ୍କର ପସନ୍ଦର କର୍ମନିଯୁକ୍ତି ପାଇପାରିବେ ବୋଲି କହିଥିଲେ। ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଆନନ୍ଦ ପଲେଇ ସ୍ୱାଗତ ଭାଷଣ ପ୍ରଦାନ କରିବାର ସହିତ ଏହି ମେଳା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ, ପାପଡ଼ାହାଣ୍ଡିବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା ମଞ୍ଚାସୀନ ଥିଲେ। ଏହି ମେଳାରେ ବିଭିନ୍ନ କମ୍ପାନୀ ନିଯୁକ୍ତିଦାତାଙ୍କର ୧୬ଟି ଷ୍ଟଲ ଖୋଲାଯାଇ ଯୁବକ ଯୁବତୀମାନଙ୍କୁ ଚୟନ କରିଥିଲେ। ଏହି ମେଳାରେ ମୋଟ ୨୧୭ଜଣଙ୍କୁ ବିଭିନ୍ନ କମ୍ପାନୀ ଦ୍ୱାରା ଚୟନ କରାଯାଇଥିବାବେଳେ ସେମାନଙ୍କୁ ତାଲିମ ଦେବା ପରେ ନିଯୁକ୍ତି ଦିଆଯିବ। ସେହିପରି ୩୮୫ ଜଣ ଙ୍କର ସମସ୍ତ ପ୍ରମାଣ ପତ୍ର ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଥିବା ବେଳେ ସେମାନଙ୍କର ଯୋଗ୍ୟତା ଅନୁସାରେ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ବିକାଶ ପଥରେ ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀ, ମଙ୍ଗ ଧରିଛନ୍ତି ବିଧାୟକ

Sunil Chandra Nayak

ଦୁର୍ଘଟଣା ରେ ମୃତ ଡ୍ରାଇଭର ର ପରିବାର କୁ ସହଯୋଗ ର ହାତ ବଢ଼େଇଲେ ଟେକ୍ସି ଚାଳକ ସଂଘ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ଦୁବ ଘାସ

Sunil Chandra Nayak

Leave a Comment

error: Content is protected !!