ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ ବିଧାୟକ

ଲାଞ୍ଜିଗଡ,୦୯/୧୨( ମ ନି ସ)-ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଦୁଇଦିନିଆ ଲାଞ୍ଜିଗଡ ବ୍ଲକ ଗସ୍ତରେ ଆସିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗତକାଲି ସେ ଗୋପାଳପୁର, କମର୍ଦ୍ଧା, ପିପଲପଡା, ଯୋଡାବନ୍ଧ ଗସ୍ତ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ଆଜି ବିଧାୟକ ଶ୍ରୀ ଦିଶାରୀ ବିଶ୍ୱନାଥପୁରସ୍ଥିତ ପ୍ରସ୍ତାବିତ କଲ୍ୟାଣମଣ୍ଡପ, ମିନି ଷ୍ଟାଡିୟମ କାର୍ଯ୍ୟ ପରିଦର୍ଶନ କରିବା ପରେ ଗୋବର୍ଦ୍ଧନପୁର ପଞ୍ଚାୟତ ପାଣିମୁଣ୍ଡାଠାରେ ଧାନମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ମଧୁପୁର ହସ୍ପିଟାଲ ପରିଦର୍ଶନ ସହିତ ରାମଚନ୍ଦ୍ରପୁରଠାରେ ଧାନମଣ୍ଡି ସ୍ଥାପନକୁ ନେଇ ହୋଇଥିବା ଆଲୋଚନାରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ବିଜେଡି ନେତା ଚନ୍ଦ୍ରଶେଖର ମହାପାତ୍ର, ଅଜିତ ପ୍ରଧାନ, ଯୁବ ସମାଜସେବୀ ନୀଲେଶ କୁମାର ନାଗଙ୍କ ସମେତ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମିତିସଭ୍ୟା ସୁଚିତ୍ରା ମାଝୀ, ନାଏବ ସରପଞ୍ଚ ସଞ୍ଜୀବ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ହସ୍ପିଟାଲ ପରିଦର୍ଶନ ସମୟରେ ଡା. ରାଜେଶ କୁମାର ମହାରଣା, ଫାର୍ମାସିଷ୍ଟ ସୁଧୀର ଖାନସମା, ରୋଗୀ କଲ୍ୟାଣ ସମିତି ସଦସ୍ୟ ସୁଶୀଲ କୁମାର ବାଗ, ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ତିନି ବର୍ଷରେ ଓଡ଼ିଶାରୁ ସେନାରେ ଭର୍ତ୍ତି ହୋଇଛନ୍ତି ୨୨୬୬

Sunil Chandra Nayak

କବି ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଜଙ୍ଗଲ ସୁରକ୍ଷା 

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜୀବନ

Sunil Chandra Nayak

Leave a Comment

error: Content is protected !!