ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଗୁଡ଼ାହାଣ୍ଡି ୨୦୨୩ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋକସରା,୦୯/୧୨- କୋକସରା ବ୍ଲକର ଲୋକ ମହୋତ୍ସବ ଗୁଡ଼ାହାଣ୍ଡି ୨୦୨୩ ପାଇଁ ଗୁରୁବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ବିଏସଏସଓ ଦୀପକ କୁମାର ବେହେରାଙ୍କ ପରିଚାଳନାରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ ସମେତ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଜନ ପ୍ରତିନିଧି, ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାନୁଷ୍ଠାନର ଶିକ୍ଷକ, କୋକସରା ବ୍ଲକର ସଚେତନ ନାଗରିକ ପ୍ରମୁଖ ଉପସ୍ଥିତ ରହି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଆୟୋଜନ ଉପରେ ଆଲୋଚନା କରିଥିଲେ। ବିଗତ ୨ ବର୍ଷ ହେବ କୋଭିଡ କଟକଣା କାରଣରୁ ଲୋକ ମହୋତ୍ସବ ସ୍ଥଗିତ ରହିଥିଲା। ଆସନ୍ତା ଜାନୁଆରୀ ୧୦/୧୧ ତାରିଖ ଦୁଇଦିନ ଧରି କୋକସରା ବ୍ଲକରେ ଉତ୍ସଵ ଆୟୋଜନ ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଗୁଡ଼ହାଣ୍ଡି ଲୋକ ମହୋତ୍ସବ ପାଳନ ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ଵ ନିର୍ବାହ କରିବାକୁ ମନୋନୀତ ସଦସ୍ୟଙ୍କୁ କୁହାଯାଇଛି। ଲୋକ ମହୋତ୍ସବ ଗୁଡ଼ହାଣ୍ଡି ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ସହ ବ୍ଲକ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ନିଷ୍ପତ୍ତି ନିଆଯାଇଛି।ଏହାସହ ବ୍ଲକର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀ, ସମାଜସେବୀ, ସାମ୍ବାଦିକ, ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏହି ପ୍ରସ୍ତୁତି ବୈଠକରେ ପୁରୁଷୋତ୍ତମ ଗୁପ୍ତା, ପର୍ଶୁରାମ ପ୍ରଧାନୀ, ଗୋବର୍ଦ୍ଧନ ବାଗ, ଜିତେନ୍ଦ୍ର ପ୍ରଧାନୀ, ସମିତି ସଭ୍ୟ ଘନଶ୍ୟାମ ନାଏକ, ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, ଅଧ୍ୟାପକ ଅଶ୍ୱିନୀ ପଟ୍ଟନାୟକ, ଅଇରୀ ନାସନ ଚିନ୍ଦା, ତ୍ରିଭୁବନ ନାଏକ, ରାମଚନ୍ଦ୍ର ପାଣିଗ୍ରାହୀ, ଶିକ୍ଷକ ସୁଧୀର କୁମାର ପଣ୍ଡା, କୃଷି ଅଧିକାରୀ ହେମାନନ୍ଦ ମାଝୀ, ସମିତି ସଭ୍ୟ ଗଜାନନ ନିଆଲ, ଯୁବ ଉଦ୍ୟୋଗୀ ବିବେକ ଅଗ୍ରୱାଲ, ପ୍ରଶାନ୍ତ ସାହୁ ଓ କୋକସରା ବ୍ଲକର ସାମ୍ବାଦିକ, ସଚେତନ ନାଗରିକ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଜିଲ୍ଲା ଅକ୍ଷମ ସମିତି ପକ୍ଷରୁ ଜନମତ ସଂଗ୍ରହ, ରାଜ୍ୟ ଭିନ୍ନକ୍ଷମ କମିଶନର ଜଣେ ଭିନ୍ନକ୍ଷମ ହେବାକୁ ସରକାରଙ୍କୁ ଅନୁରୋଧ

Sunil Chandra Nayak

ଆରମ୍ଭ ହେଲା ଥୁଆମୂଳ ରାମପୁର ବ୍ଳକ ସଦରମହକୁମା ଓ ବିଭିନ୍ନ ସ୍ଥାନରେ ମାଁ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା

Sunil Chandra Nayak

କଙ୍କାଳୁ ଗ୍ରାମରେ ସତ୍ୟ ନାରାୟଣ ଙ୍କ ପୁଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!