ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତି ଦାଶ ଙ୍କ କବିତା ଅଭାଗିନୀ

ଅଭାଗିନୀ

ଖାଲି ଆଖ୍ୟାଣ ବଖାଣ ରେ
ଧୃତି, ଧାତ୍ରୀ ଧରିତ୍ରୀ…
ସୃଷ୍ଟି ର ମାର୍ଗ, ସ୍ଥିତି ର ଆଲମ୍ବ
ସୁରକ୍ଷା ର ପ୍ରବନ୍ଧ!
ବାକ୍ୟ ରୁ ସରଜି
 ସ୍ୱୟଂ ବରିଲେ ବିଧାତା…
ବ୍ରହ୍ମା ଙ୍କ ବାମା!
ସୃଷ୍ଟି ର ସୌନ୍ଦର୍ଯ୍ୟ,
ଵର୍ଣ୍ଣବିଭା ରୂପଚର୍ଯ୍ୟା ର ନକ୍ସା
ଯାହାର ମହିମା..
ବିଜ୍ଞ ପ୍ରଜ୍ଞ ବୋଲି….
ଅବା ରାଗ ରଙ୍ଗର ଗରିମାରେ
ପ୍ରାଧାନ୍ୟ ର ଅବବୋଧ ମଣି
ହେଲି ତେଜ୍ୟା….
ପୁନଃ ସରଜିଲେ ଆଉ ଏକ
ରମ୍ୟା ଆଉ କାମ୍ୟା.
ସୁନ୍ଦରୀ ବୋଲି
 ଆକର୍ଷି ହେଲେ ଗୌତମ,ବ୍ରହ୍ମର୍ଷି!
ଛଦ୍ମରେ ବୁଡ଼ ପକେଇଲେ ସାହସ୍ରାକ୍ଷୁ,
 କଳୁଷିତ ସୌନ୍ଦର୍ଯ୍ୟର ସରସୀ,
ବିନା ବିବେଚନାରେ
ହେଲି ଅଭିଶପ୍ତା ..
 ଶିଳା ଖଣ୍ଡ ହୋଇ ପ୍ରତୀକ୍ଷା ରେ
ଯୁଗ ଭରି ରହିଲି ବସି.
ପୁଣି ଏକ ପୁରୁଷର
ପରଶରେ ଲଭି ରୂପ
ହେଲି ସତୀ.
ତ୍ରେତୟା ରେ ରାମ,
ମର୍ଯ୍ୟାଦା ପୁରୁଷୋତ୍ତମ!
ରାଜଧର୍ମ ପାଳି
ଅନ୍ତସତ୍ଵା ପତ୍ନୀ କୁ ଦେଲେ ନିର୍ବାସନ,
କାୟମନୋବାକ୍ୟ ରେ
ଅନୁଗାମିନୀ ହୋଇ
ଅଗ୍ନି ପରୀକ୍ଷା ହେଲା ଅବଲମ୍ବନ.
କଇଁ ରୁ ଜନମି 
କୀର୍ତ୍ତିଦା କୁମାରୀ,
ଜନ୍ମ ଜନ୍ମାନ୍ତର ପ୍ରେମର
ନିଦର୍ଶନ ହୋଇ
ଅସିତ ଦର୍ଶନରେ
ଅଶିତ ନୟନ….
ପ୍ରକୃତି ପୁରୁଷଙ୍କର ସେ ଥିଲା
ନୈସର୍ଗିକ ମିଳନ…
ହେଲେ ସହସ୍ର ଗୋପୀଙ୍କ ବିଭାରେ
ପଡୁଥିଲି ମହଳନ…
ପୁଣି ଆଜୀବନ ଅନିଶାରେ
ଜୀବନ ର ହେଲା ଶେଷ ସାୟାହ୍ନ.
ସାରା ସଂସାର କୁ
ପଡ଼ି ବାଣ୍ଟିବା କର୍ତ୍ତବ୍ୟରେ…
 ଚଣ୍ଡାଳୁଣୀ କୁ କୃପା କରି
ସ୍ୱୟଂ ଈଶ୍ବର ପୁଣି କଲେ ତେଜ୍ୟା 
ଶ୍ରୀ ମନ୍ଦିର ହେଲା ଵାରଣି
ଲକ୍ଷ୍ମୀ ହେଲି ଅଲକ୍ଷଣୀ.
 ବସ୍ତୁ ପରି ବିକ୍ରୀ ହୋଇ
ଦ୍ରବ୍ୟ ପରି ବ୍ୟବହୃତ ହୋଇ 
ସଂସାର ସୁରକ୍ଷା ପାଇଁ ବିବସନା
କେବେ ଅନେକବର୍ଣ୍ଣା ସାଜି
ଦୁଃଖ ସରିନି….
ଏବେବି ଭୋଗିବାକୁ ପଡେ
ପୁଷ୍ପକୀଟ ର ଉର୍ମିକା 
ଅବ୍ଜା ବୋଲି ଅପବିତ୍ର ହେବାକୁ ପଡେ
ଭୋଗିବାକୁ ପଡେ 
ସହସ୍ର ଲୋଲୁପ ଆଖିର ବାରୁଣୀ ବୁଡ଼…
ବରାଙ୍ଗୀ ହୋଇ ସାଜେ ବାରାଙ୍ଗନା
ପୂଜ୍ୟା ହୋଇବି ହୁଏ ପଣ୍ୟା
ଉପସ୍ୟା କୁ ଦେୟ ଗୌରବ କି ମିଳେ?
ହେବାକୁ ପଡେ 
ନିଷ୍ପେସିତା ଉପେକ୍ଷିତା….
ଚାରି ଯୁଗରେ…
ହୁଏ ଅଯୋନି ସମ୍ଭୁତା,
ଅଗ୍ନି ରୂପା, ଯଜ୍ଞରୂପା,
 ଅବା ତପଃ ଜପ ରୂପା…
ଵା ଯୋନି ସମ୍ଭୁତା…
ଈଶ୍ୱର ଙ୍କ କଳ୍ପିତ ଭାଗ୍ୟ
ନିୟତି ର ନିୟତ
ଚିରଏକାକାର…
ସେ ଅଭାଗିନୀ…
ମନ୍ଦ ଭାଗ୍ୟ ର ଭାଗିନୀ.

ମିନତି ଦାଶ

ବାରିପଦା

Related posts

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ

Sunil Chandra Nayak

ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା , କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

Sunil Chandra Nayak

Leave a Comment

error: Content is protected !!