ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ନାଟ୍ୟ ଦିବସ ପାଳନୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

  ବାଲେଶ୍ଵର,୧୦/୧୨/୨୨- କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ‘ ଓଡିଶା ନାଟ୍ୟ ଦିବସା ‘ ପାଳନ ସଂକ୍ରାନ୍ତରେ ସ୍ଥାନୀୟ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଏବଂ ବୈଠକର ଆଭିମୁଖ୍ୟ ଜ୍ଞାପନ କ୍ରମରେ କଳା, ସାହିତ୍ୟ ଓ ସଂସ୍କୃତିର ଅଧିଷ୍ଠାତ୍ରୀ ଦେବୀ ସରସ୍ଵତୀଙ୍କ ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଓଡ଼ିଆ ନାଟକର ଆଦି ରୂପ ରୂପେ ବିବେଚିତ କଥପୋକଥନ ଶୈଳୀରେ ରଚିତ କାଳଜୟୀ ଗ୍ରନ୍ଥ ” କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ” ପ୍ରଣେତା କବିସୂର୍ଯ୍ୟ ବଳଦେବ ରଥ ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମଦିବସ ହେତୁ ତାହାକୁ ଓଡ଼ିଶା ନାଟ୍ୟ ଦିବସ ରୂପେ ପାଳନ ପରମ୍ପରା ବଜାୟ ରଖିବା କ୍ଷେତ୍ରରେ ମହାସଂଘର ପ୍ରସ୍ତୁତି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏହି ଅବସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଚାରିଦିନିଆ ପୌରାଣିକ ନାଟକ ମହୋତ୍ସବ ପ୍ରସ୍ତାବ ଗୃହୀତ ହୋଇ ଶ୍ରୀପଞ୍ଚମୀ ଦିନ ଠାରୁ ଲଗାତାର ଚାରିଦିନ ଆୟୋଜନ ପାଇଁ ସ୍ଥିର କରା ଯାଇଥିଲା । ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ ଗୁରୁ ବାଲାଜୀ ସାମନ୍ତରାୟ, ମଞ୍ଚ ମଣିଷ ପେଣ୍ଡ୍ରା ପ୍ରସାଦ ନାୟକ, ନାଟ୍ୟକାର ଇନ୍ଦ୍ରମଣି ବାରିକ, ସାରସ୍ଵତ ସାଧକ ତଥା ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ମଞ୍ଚ ଅଭିନେତା ତଥା ସାମ୍ବାଦିକ ଜୟ କୃଷ୍ଣ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କୁନୁ ବେହେରା, ପ୍ରଦୀପ କୁମାର ସାହୁ, କିଶୋର କାପୂର୍, ପ୍ରଫୁଲ୍ଲ ଚନ୍ଦ୍ର ନାୟକ ପ୍ରମୁଖ କଳାକାର ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ନିଆଁ ଲାଗି ଲକ୍ଷାଧିକ ଟଙ୍କା ଆଖୁ ଫସଲ ନଷ୍ଟ

Sunil Chandra Nayak

ଗୋବିନ୍ଦ ବନଛୋର ହେଲେ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!