ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ବୈଠକ

ଉତ୍କେଲା,୧୦/୧୨,:କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଲାଲବାହାଦୁର ବିଦ୍ୟାପୀଠ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କେସିଙ୍ଗା ବିଇଓ ବବ୍ରୁବାହାନ ପ୍ରଧାନ,ସିଆରସିସି ଖିରାବ୍ଦି ମେହେର,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ମିଶ୍ର,ପରିଚାଳନା କମିଟିର ସଭାପତି ନରେଶ ଶବର ଯୋଗଦାନ କରିଥିଲେ। ବିଦ୍ୟାଳୟ କେବଳ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ନୁହଁ,ଏଠାରେ ଅଭିଭାବକ ମାନଙ୍କ ମଧ୍ୟ ଗୁରୁତ୍ବପୁର୍ଣ ଭୁମିକା ରହିଛି ବୋଲି ବିଇଓ ଶ୍ରି ପ୍ରଧାନ ପ୍ରକାଶ କରିଥିଲେ। ଅଭିଭାବକ ମାନଙ୍କର ବିଦ୍ୟାଳୟ ପ୍ରତି ଆକୃଷ୍ଟ କରି ନିୟମିତ ପିଲାମାନଙ୍କୁ ପଠାଇବା ଘରେ ମଧ୍ୟ ପଢାପ୍ରତି ମାଁ ବାପା ଦେଖାଶୁଣା କରିବା ଜରୁରି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ। ବିଦ୍ୟାଳୟ ରେ ସମସ୍ୟା ଓ ତାର ନିରାକରଣ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଅଭିଭାବକ ମଧ୍ୟରେ ଜୟହରି ପୁଟେଲ,ଅଜିତ ନାଏକ,ଅର୍ଜୁନ ପୋଢ,ଖୁସିରାମ ପୁଟେଲ,ସୁବାଷ ବାଗ,ପ୍ରମୁଖ ଯୋଗ ଦେଇଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ତ୍ରିପତି ପ୍ରଧାନ ଙ୍କ କବିତା ଦୁଲୁକେ ମଣ୍ଡପ 

Sunil Chandra Nayak

କଙ୍କଡ଼ାହାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବର

Sunil Chandra Nayak

ଏ ଆଇ ଟି ଟି ପରୀକ୍ଷାରେ ଓଡ଼ିଶା ଟପର ହେଲେ କୁମ୍ଭାରୀ ଗ୍ରାମର ପପୁ ସା

Sunil Chandra Nayak

Leave a Comment

error: Content is protected !!