ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଜୁନାଗଡ଼ କୁ ହରାଇ ଫାଇନାଲରେ ତୁର୍ଲା (ଟିଟିଲାଗଡ଼)

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ସେମିଫାଇନା ମ୍ୟାଚ ତୁର୍ଲା (ଟିଟିଲାଗଡ଼) ଓ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ତୁର୍ଲା (ଟିଟିଲାଗଡ଼) ଦଳ ୨-୦ ଗୋଲରେ ଜୁନାଗଡ଼ କୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଛି l ମ୍ୟାଚକୁ ଲଳିତ ସାହୁ, ଲଳିତ ଦାସ, ପିଙ୍କୁ ଚନ୍ଦନ ଓ ରଶ୍ମିରଂଜନ ଲେଙ୍କା ପରିଚାଳନା କରିଥିଲେ l ଏହି ମ୍ୟାଚରେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟଅତିଥି, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ରିଷିଡା ସମିତିସଭ୍ୟ ନିମାଇଁଚରଣ ବେହେରା, ଜିଲ୍ଲା ଯୁବ ବିଜୁ ଜନତାଦଳ କାର୍ଯ୍ୟକାରୀ ସଦସ୍ୟ ଚିନ୍ମୟ ମିଶ୍ର, ସମାଜସେବୀ ପ୍ରଦୀପ ଗହୀର, ସାମ୍ବାଦିକ ସତ୍ୟନାରାୟଣ କୁମାର, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ, ଟୁର୍ଣ୍ଣାମେଣ୍ଟ ସଭାପତି ନରୋତ୍ତମ ସେଲମା ଅତିଥି ଭାବେ ଯୋଗଦେଇଥିଲେ l ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ, ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା, ଟୁର୍ଣ୍ଣାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧ୍ୟକ୍ଷ ଲିପୁନ ରଣା, ସହସମ୍ପାଦକ ଶ୍ରବଣ ପୁଟା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ, ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣି ସାହୁ ଓ ମଧୁସୂଦନ ବାଗ ଧାରାବିବରଣୀ ପ୍ରଦାନ କରିଥିଲେ l ସ୍କୋରବୋର୍ଡ ଦାଇତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ l ରବିବାର ଫାଇନାଲ ମ୍ୟାଚ ତୁର୍ଲା (ଟିଟିଲାଗଡ଼) ଓ ତୁଷୁରା ଇଲେଭେନ୍ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିପକ୍ଷରୁ ସୂଚନା ଦେଇଛନ୍ତି l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ମଧୁସ୍ମିତା ସାହୁ ଙ୍କ କବିତା ବଞ୍ଚିବା

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!