ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୋ ସ୍କୁଲ ଅଭିଯାନକୁ ହାତ ବଢ଼ାଇଲେ ଝିଅ

କୋକସରା,୧୦/୧୨- ଦିନେ ସ୍କୁଲରେ ପ୍ରଧାନ ଶିକ୍ଷକ ରହିଥିଲେ। ସ୍କୁଲ ପ୍ରତି ତାଙ୍କର ରହିଥିଲା ଆନୁଗତ୍ୟ ଓ ଅନେକ ଭଲ ପାଇବା । ଏହି ବିଦ୍ୟାଳୟରୁ ସେ ଅନେକ ଛାତ୍ରଛାତ୍ରୀଙ୍କୁ ବଡ ମଣିଷ କରିବାରେ କଠିନ ପରିଶ୍ରମ କରିଥିଲେ। ହେଲେ ସେଏବେ ଆରପାରିରେ ।କୋକସରା ବ୍ଲକ ଆମପାଣି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପୂର୍ବରୁ ପ୍ରଧାନ ଶିକ୍ଷକ ରହିଥିଲେ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର।ବାପାଙ୍କ ଶ୍ରାଦ୍ଧ ଦିବସରେ ଭବାନୀପାଟଣା ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ରହିଥିବା ଝିଅ ଶ୍ରୀମତୀ ପ୍ରଣତି ମହାପାତ୍ର ବାପାଙ୍କ ସ୍ମୃତିରେ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ଯୋଜନାକୁ ସ୍କୁଲର ଭିତ୍ତିଭୂମିର ଉନ୍ନତି ସହାୟକ ଦିଗରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କୁ ଭେଟି ୧୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ଓ ଆଗକୁ ମଧ୍ୟ ସେ ସ୍କୁଲ ପାଇଁ ସମର୍ପିତ ରହିବେ ବୋଲି କହିଛନ୍ତି। ସ୍କୁଲ କର୍ମକର୍ତ୍ତା ଓ ପରିଚାଳନା କମିଟି ପକ୍ଷରୁ ମହତ ଉଦ୍ଦେଶ୍ୟରେ ସହଯୋଗ ପାଇଁ ପ୍ରଣତି ମହାପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଭବାନୀପାଟଣା ମ୍ଯୁନିସିପାଲିଟି ଅଧ୍ଯକ୍ଷା ଭାବରେ ସଂଯୁକ୍ତା ବେହେରା ବିଜୟୀ

Sunil Chandra Nayak

ବୁଲା କୁକୁରଙ୍କ ପ୍ରାଦୁର୍ଭାବ , କୁକୁର କାମୁଡାରେ ୩ ଆହତ

Sunil Chandra Nayak

ମ.ରାମପୁର ବାଙ୍କେଲ ର ଡ୍ରାଗନ୍ ଫଳଚାଷ କୁ ନାବାର୍ଡ ର ମୁଖ୍ୟ ମହାପ୍ରବନ୍ଧକ ଓ ୩୦ ଗୋଟି ଜିଲ୍ଲାର ଡିଡି ଏମ ଙ୍କ କ୍ଷେତ୍ର ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!