ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପଧାନଙ୍କ ପରଲୋକ 

ରୁପ୍ରା, ୧୧/୧୨ (ମନିସ) : ପଞ୍ଚଭୂତରେ ବିଲୀନ ହେଲେ ନର୍ଲା ବ୍ଲକ ଅନ୍ତର୍ଗତ ଲମସିଙ୍ଗା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପଧାନ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହେଉଥିଲା । ଶନିବାର ଅପରାହ୍ନରେ ନିଜ ବାସଭବନରେ ପରଲୋକ ଘଟିଥିଲା। ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ବେଶ୍ ପରିଚିତ ଥିଲେ । ବର୍ଣ୍ଣବୋଧ, ପଣକିଆ, ଶ୍ରୁତ ଲିଖନ ଓ ନିୟମିତ ହସ୍ତାକ୍ଷର ଲିଖନକୁ ପ୍ରାଧାନ୍ୟ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣୀତ କରୁଥିଲେ । ସେ ଦୀର୍ଘ ଦିନ ହେଲା ମଧୁମେହରେ ପୀଡିତ ଥିଲେ । ମୃତ୍ୟୁ ଶଯ୍ୟା ପାଖରେ ତାଙ୍କ ପତ୍ନୀ ପୁଷ୍ପବତୀ, ଚାରିପୁଅ ଉମାଶଙ୍କର, ଉଜ୍ଜ୍ୱଳ କୁମାର, ପୂର୍ବାନନ୍ଦ, ଯଜ୍ଞସେନ ଓ ପୁତ୍ରବଧୂ ମାଧୁରୀ, ମଞ୍ଜୁ, ଜ୍ୟୋତ୍ସ୍ନା, ରୁଚି ସହିତ ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଶେଷ ଦର୍ଶନ କରିବା ପାଇଁ  ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ସାହୁ, ପୂର୍ବତନ ସମିତି ସଭ୍ୟ ଶିବ ଶଙ୍କର ସାହୁ, ଶିକ୍ଷକ ତଥା ସଂଗଠକ ଚତୁର୍ଭୁଜ ସାହୁ, ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ନାରାୟଣ ପଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ହରିହର ନାୟକଙ୍କ ସମେତ ବନ୍ଧୁ ପରିଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଗାଁ ମଶାଣୀରେ ଅନ୍ତିମ ସଂସ୍କାର କରାଯାଇଥିଲା, ବଡପୁଅ ଉମାଶଙ୍କର ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ପ୍ରତିକୂଳ

Sunil Chandra Nayak

ସାଧନାପଣ୍ଡା ଙ୍କ କବିତା ଦଗ୍ଧ ବୈଶାଖ

Sunil Chandra Nayak

କଳାହାଣ୍ଡି : ଲାଞ୍ଜିଗଡ ରୁ ରାଜଧାନୀ … କେମିତି ଥିଲା ଯାତ୍ରା ! କେମିତି ବନିଲେ କୋଟିପତି..

Sunil Chandra Nayak

Leave a Comment

error: Content is protected !!