ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭୁଲି ପାରୁନି

 ଭୁଲି ପାରୁନି

  ଉପେନ୍ଦ୍ର କୁମାର ବସ୍ତିଆ

    
ମୋ ହୃଦୟେ ତୁମେ ଫୁଟୁଥିଲ ଦିନେ 
    ଗୋଲାପ ପାଖୁଡା ହୋଇ 
କେଉଁ ପ୍ରଜାପତି ଇସରା କରିଲା 
    ଭ୍ରମିଲ କାହାରେ ଯାଇଁ ।।
କେତେ ଦିନରାତି ଯାଇଅଛି ବିତି
    ଅତୀତକୁ ଭାବି ଭାବି 
ଯେତେ ବୁଝାଇଲେ ଅବୁଝା ମନଟା 
    ପାଲଟଇ ଅସ୍ତ ରବି ।।
ତୁମର ସେ କଥା ମନ ଭୁଲା ଗାଥା 
    ଦେଇଛି କେତେ ସପନ 
ସେ ଆଖି ଚମକେ ମଳୟ ମହକେ 
    ହଜେଇ ଦିଏ ମୋ ମନ।।
କେବେହେଲେ ତୁମେ ଭାବିନାଂହ ମନେ
     କିପରି କାଟୁଛି ଦିନ 
ମନ କଷ୍ଟ ଦେଇ ଛପିଗଲ କାହିଁ 
   ଛଟପଟ ହୁଏ ପ୍ରାଣ ।।
ସୁଖର ଦୁଃଖର ସାଥୀ ହେବ ବୋଲି 
    କହିଥିଲ ତୁମେ ଦିନେ 
ଅନ୍ତର ଗହ୍ୱରୁ ପ୍ରଶ୍ନର ଉତ୍ତର 
    ଚାହେଁ ଶୁଣିବାକୁ ମନେ ।।

    ରାଉରକେଲା

Related posts

ପୁଣି ଲାଗିଲା ଖାକିରେ କଳଙ୍କର ଛିଟା

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସଂଘ ର ଗୁରୁତ୍ୱପୂର୍ଣ୍ଣ ବୈଠକ ,ସାମ୍ବାଦିକ ଲୋକନାଥ ଦଳେଇ ଙ୍କ ପ୍ରତି ନୀଳଗିରି ପୋଲିସ ର ବର୍ବରୋଚିତ ନିର୍ଯ୍ୟାତନା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି

Sunil Chandra Nayak

ବିଜେଡି ରେ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!