ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭୁଲି ପାରୁନି

 ଭୁଲି ପାରୁନି

  ଉପେନ୍ଦ୍ର କୁମାର ବସ୍ତିଆ

    
ମୋ ହୃଦୟେ ତୁମେ ଫୁଟୁଥିଲ ଦିନେ 
    ଗୋଲାପ ପାଖୁଡା ହୋଇ 
କେଉଁ ପ୍ରଜାପତି ଇସରା କରିଲା 
    ଭ୍ରମିଲ କାହାରେ ଯାଇଁ ।।
କେତେ ଦିନରାତି ଯାଇଅଛି ବିତି
    ଅତୀତକୁ ଭାବି ଭାବି 
ଯେତେ ବୁଝାଇଲେ ଅବୁଝା ମନଟା 
    ପାଲଟଇ ଅସ୍ତ ରବି ।।
ତୁମର ସେ କଥା ମନ ଭୁଲା ଗାଥା 
    ଦେଇଛି କେତେ ସପନ 
ସେ ଆଖି ଚମକେ ମଳୟ ମହକେ 
    ହଜେଇ ଦିଏ ମୋ ମନ।।
କେବେହେଲେ ତୁମେ ଭାବିନାଂହ ମନେ
     କିପରି କାଟୁଛି ଦିନ 
ମନ କଷ୍ଟ ଦେଇ ଛପିଗଲ କାହିଁ 
   ଛଟପଟ ହୁଏ ପ୍ରାଣ ।।
ସୁଖର ଦୁଃଖର ସାଥୀ ହେବ ବୋଲି 
    କହିଥିଲ ତୁମେ ଦିନେ 
ଅନ୍ତର ଗହ୍ୱରୁ ପ୍ରଶ୍ନର ଉତ୍ତର 
    ଚାହେଁ ଶୁଣିବାକୁ ମନେ ।।

    ରାଉରକେଲା

Related posts

ଭ୍ରମର ବାଗ ଙ୍କ କବିତା ଖଦ୍ୟୋତିକା

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ ସ୍ତୁତି ଭକ୍ତି ନୈବେଦ୍ୟ

Sunil Chandra Nayak

ଅଶାକର୍ମୀ କ୍ଷ୍ୟମାସିଲାଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନ

Sunil Chandra Nayak

Leave a Comment

error: Content is protected !!