ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ଶୀତ

  -+- ଶୀତ –+-

         ପ୍ରେମଲତା

ପହିଲି ଶୀତର ନହୁଲି ବୟସ
ଭଲଲାଗେ ଆଞୁଳାରେ
ଯେବେ କଇଁଫୁଲିଆ ଜହ୍ନ ରାତିଟା
 ଖେଳେ ବଉଳବେଣୀରେ। 
ଦେଖିବାକୁ ଭାରିଭଲ ଲାଗେ ସତେ
   ଗହିରବିଲ ଆଖିରେ
ଯେବେ ଶିରିଶିରି ଶିଶିରର ମୁକ୍ତା
 ଝରୁଥଏ ତଳିପାରେ । 
ଶୋରିଷ ଫୁଲର ଲହରୀ ଭିତରେ
   ମନହଜିଖୋଜିଝୁରେ
ଯେବେମାର୍ଗଶୀର ଝୋଟିରପାଦରେ 
 ନିଦଭାଂଗିଯାଏଖୁସିରେ। 
  
ଭାବିବାକୁ ଇଛାହୁଏ ସାତରଂଗ
     ସକାଳ କୁହୁଡି ସାଥିରେ
ଯେବେଫୁଲଫୁଟିଯାନ୍ତି ପ୍ରିୟାପ୍ରୀତିରେ
       ପୌଷଭରା କାଁଆଳରେ। 
ଅଳସୀ ନିଦରେ ମଧୁଝରା ରାତି
       ଗୋଲାପି ସ୍ୱପ୍ନ ତାତିରେ
ଯେବେଚିଠିଲେଖି ଠିକଣା ହଜାଏ 
     ମନେପଡେ ଚନ୍ଦ୍ରଭାଗାରେ।
ଶୀତ ମିତ ଋତୁ ଚହଟ ଚମ୍ପାରେ
      ସେବତୀର ଲାଳିତ୍ୟ ରେ
ଯେବେ ମୋହନୀଲଗେଇ ଦେହରେ
     ଛୁଁଇ ଦିଏ କାଲୁଆରେ। 
 

   ଜିଲ୍ଲା-କେନ୍ଦ୍ରାପଡା

Related posts

ଧର୍ମଗଡ ଠାରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

ଦୀପକ କୁମାର ବଳ ଙ୍କ କବିତା ଦେବ ଦେବ ମହାଦେବ

Sunil Chandra Nayak

ରେଣୁ ମାଝୀଙ୍କ ନ୍ଯାର୍ଯ୍ଯ ଦାବି –  ଆଜି  ୧୯ ଦିନ ରେ ପହଞ୍ଚିଲା ଆମ ଆଦମୀ ପାର୍ଟିର ଗଣଧାରଣା

Sunil Chandra Nayak

Leave a Comment

error: Content is protected !!