ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନ୍ୟବର ସୁପ୍ରିମ କୋର୍ଟ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ଆଦେଶନାମା ଜାରି ପରିପ୍ରେକ୍ଷୀରେ..

 ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଧର୍ମଗଡ଼ କୋର୍ଟ ପରିସର ରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଳନ….

ବିଭିନ୍ନ ସମୟରେ ଓକିଲ ମାନଙ୍କ ଦ୍ୱାରା ଧର୍ମଘଟ ଓ ବନ୍ଦ ଡାକରା ଯୋଗୁ କୋର୍ଟ କାର୍ଯ୍ୟ ବାଧା କୁ ନେଇ ମାନ୍ୟବର ସୁପ୍ରିମ କୋର୍ଟ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ଆଦେଶନାମା ଜାରି କରିଛନ୍ତି। ଏହାକୁ ରାଜ୍ୟ ଓ ଜାତୀୟ ଆଇନଜୀବୀ ପରିଷଦ ସମର୍ଥନ ଜଣାଇ ଆଇନଜୀବୀ ମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରୁଥିବା ନେଇ ଓଡିଶା ଆଇନଜୀବୀ ଫେଡରେସନ ଦ୍ୱାରା ୧୨.୧୨.୨୦୨୨ କୁ ସତ୍ୟାଗ୍ରହ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଧର୍ମଗଡ଼ ଓକିଲ ସଂଘ ଏହି ଓକିଲ ମାରଣ ନୀତି ବିରୋଧରେ ସାମିଲ ହୋଇ ଆଜି ଧର୍ମଗଡ଼ କୋର୍ଟ ପରିସର ରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଳନ କରାଯାଇଛି।

 ଧର୍ମଗଡ଼ ଓକିଲ ସଂଘ ସଭାପତି ଧୀରେନ୍ଦ୍ରନାଥ ପାତ୍ର ଙ୍କ ନେତୃତ୍ୱରେ ଆଇନଜୀବୀ ଭବାନୀ ଶଙ୍କର ଦାସ, ସୁଧୀର ରଞ୍ଜନ ପଟ୍ଟଯୋଶୀ, ତୁଷାର ରଞ୍ଜନ ପଟ୍ଟଯୋଶୀ, କୁବେର ସାହୁ,ସନ୍ତୋଷ କୁମାର ମେହେର, କୃପାସିନ୍ଧୁ ପଣ୍ଡା, ଦେବୀ ପ୍ରସାଦ ବେହେରା, ସୁମନ୍ତ ପଣ୍ଡା,ଉପାଧ୍ୟକ୍ଷ ଜୟଦ୍ରଥ ମହାନନ୍ଦ, ଯୁଗ୍ମ ସମ୍ପାଦକ ବସନ୍ତ ଠାକୁର, ଅଜିତ ସାହୁ, ବାଳକୃଷ୍ଣ ସାହୁ, ସମୀର ମୁଣ୍ଡ, ମିହିର ରଞ୍ଜନ ପଟ୍ଟଯୋଶୀ, ବିନୋଦ ନାୟକ, ଗଙ୍ଗାଧର ମଙ୍ଗରାଜ, ରଞ୍ଜିତ ଲାଲ ପଣ୍ଡା, ଦିନେଶ ଶର୍ମା,ପ୍ରସନ୍ନ ଅଗସ୍ତି, ଅଶୋକ ପୁରୋହିତ, ଭବାନୀ ଶଙ୍କର ପଣ୍ଡା, କଲ୍ୟାଣୀ ନାଏକ, ରାଜେନ୍ଦ୍ର ମୁନି ପ୍ରମୁଖ ଉକ୍ତ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅପର୍ତ୍ତି ସେଠୀ ଙ୍କ କବିତା କୃତ୍ରିମତା

Sunil Chandra Nayak

କୁଇ ସମାଜ ସେବା ସମିତି ର ୬୯ ତମ ପ୍ରତିଷ୍ଠା ଦିବସ ପାଳନ, ରାଷ୍ଟ୍ରପତି ଙ୍କୁ ୬ ଦଫା ଦାବୀ ପ୍ରଦାନ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!