ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାନିକେତନ ସ୍କୁଲରେ ଶିଶୁ ଶିବିର କାର୍ଯ୍ୟକ୍ରମ

ଚିଲିଗୁଡା ( ମ ନି ସ ) ଭାରତୀୟ ବିଦ୍ୟାନିକେତନ ଜୁନାଗଡ଼ ଠାରେ ପ୍ରତି ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଅରୁଣ ,ଉଦୟ ଓ ପ୍ରଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ଭାଇ ଓ ଭଉଣୀ ମାନଙ୍କୁ ନେଇ ଶିଶୁ ଶିବିର ଅନୁଷ୍ଠିତ ହୋଇଥିଲା ।ବିଦ୍ୟଳୟର ସମସ୍ତ ଭାଇ ଓ ଭଉଣୀ ଉତ୍ସ।ହ ସହିତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସନତ କୁମାର ଯୋଶୀଙ୍କ ତତ୍ୱବାଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଏଥିରେ ମମତା ମଞ୍ଜରୀ ଯୋଶୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜୁନାଗଡ଼ ର ସି ଆର ସି ସି ଗୋଦାବରୀଶ ପଣ୍ଡା ଯୋଗଦାନ କରି ଶିଶୁ ମାନଙ୍କୁ ଉତ୍ସ।ହିତ କରିଥିଲେ । ଶିଶୁ ଶିବିରର ଉଦେଶ୍ୟ ହେଉଛି ଶିଶୁ ମାନଙ୍କର ସର୍ବାଙ୍ଗୀନ ଉନ୍ନତି   ତଥା ଶାରୀରିକ ,ମାନସିକ , ବୌଦ୍ଧିକ ,ଆତ୍ମିକ ଓ ଅଧ୍ୟାତ୍ମିକର ଅଭିବୃତି ଏବଂ ପଞ୍ଚ ବାଦୀ ଶିକ୍ଷାର ପ୍ରାପ୍ତ ଦ୍ୱାରା ଶିଶୁ ର ଭବିଷ୍ୟତକୁ ଗଢିତୋଳିବାରେ ନିଜେ ଶିଶୁ ଅନୁଭବ କରିବା ସହ ଉତ୍ସ।ହ ସୃଷ୍ଟି ହେବା ସହିତ ସମ୍ପନ୍ନ ହେବାରେ ସକ୍ଷମ ହେବ । ଆଜିର ଏହି କାର୍ଯ୍ୟକ୍ରମ ରେ ସହ ପ୍ରଧାନ ଆଚାର୍ଯ୍ୟ ଶୁଭେନ୍ଦୁ ତ୍ରିପାଠୀ ,ସମୀର ଦଣ୍ଡସେନା ,ତାରା କାନ୍ତ ପାଢ଼ୀ ,ଭଗବତୀ ଦେଇ ,ରିନା ପାଣ୍ଡେ ,ବାସନ୍ତୀ ବିଶି ,ସେହ୍ନ।ରାଣୀ ମେହେର ,କ୍ଷୀରାଦ୍ରୀ ହଂସ ,ମମତା ବେହେରା ,ମାନିନୀ ଧଙ୍ଗ ଡା ମାଝି ,ବାନ୍ଧବୀ ରାଉତ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ମମତା ମଞ୍ଜରୀ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ଲାଞ୍ଜିଗଡ଼ ବ୍ଲକ… ଦୁର୍ଗମ ଅଞ୍ଚଳରେ ମୋବାଇଲ ଯୋଗାଯୋଗ ପାଇଁ ବାଟ ଫିଟୁଛି

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ବୁଢ଼ାର୍‌ ଧଂଗ୍‌ରା ସୋର୍‌

Sunil Chandra Nayak

ରଞ୍ଜନ କୁମାର ମହାନ୍ତି  ଙ୍କ କବିତା ଏ ଫଗୁଣେ ତୁମେ 

Sunil Chandra Nayak

Leave a Comment

error: Content is protected !!