ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛୁରୀରେ ବେକ କାଟି ଯୁବକର ଆତ୍ମହତ୍ୟା

ଡାବୁଗାଁ, ୧୨/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମରେ ସୋମବାର ଜଣେ ଯୁବକ ଏକ ଛୁରୀ ଦ୍ଵାରା ନିଜ ବେକ କାଟି ଆତ୍ମହତ୍ୟା କରିଛି | ସୂଚନାଯୋଗ୍ୟ:- ସୋମବାର ଚିକିଲି ଗ୍ରାମରେ ଏକ ଦଶାହ କାର୍ଯ୍ୟ ଚାଲିଥିଲା | ଏହି ସମୟରେ ଗ୍ରାମର ପ୍ରାୟ ଲୋକ ଉକ୍ତ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସେହି ସମୟରେ ଗ୍ରାମର ନେପାଳ ମାଳୀ (୩୨) ନାମକ ଯୁବକ ଅପରାହ୍ନ ପ୍ରାୟ ୩.୩୦ ଘ. ସମୟରେ ନିଜ ଘର ମଧ୍ୟରେ ଏକ ଛୁରୀ ସାହାଯ୍ୟରେ ନିଜ ବେକ କାଟି ଘର ଭିତରୁ ବାହାରକୁ ଆସି ଅନ୍ୟ ଲୋକଙ୍କୁ ତାକିଥିଲେ | ବାହାରେ ଥିବା ଲୋକେ ଦେଖି ନେପାଳଙ୍କୁ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ନେପାଳକୁ ଡାକ୍ତର ମୃତ ଘୋଷଣା କରିଥଲେ | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଶିଶିର କାନ୍ତ ଘୋଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି | ଏନେଇ ମୃତକଙ୍କ ସାନ ଭାଇ ସୁରେଶ ମାଝି ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ଆସନ୍ତାକାଲି ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆନନ୍ଦପୁର – ସଂସ୍କୃତି ବିନା ସଭ୍ୟତା ବଞ୍ଚିବା ଅସମ୍ଭବ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ ସକାଳ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ମତାନ୍ଧ ମଣିଷର ଧର୍ମ

Sunil Chandra Nayak

Leave a Comment

error: Content is protected !!