ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପହଞ୍ଚ ଇଲାକାରେ ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ

ଢେଙ୍କାନାଳ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କାନ୍ତୁଲ ପଞ୍ଚାୟତ ଅପହଞ୍ଚ ଇଲାକା ଏକୁଲ ଗାଁରୁ ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ଗର୍ଭବତୀଙ୍କୁ ୪ କିଲୋମିଟର ଷ୍ଟ୍ରେଚର ବୁହିଲେ ସମ୍ପର୍କୀୟ । ପରେ ଏକ ବଡ଼ ନାଳ ପାର ହୋଇ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ମହିଳା ଜଣଙ୍କୁ ଭର୍ତ୍ତି କରାଯାଇଛି । ତେବେ ଗର୍ଭବତୀ ମହିଳା ଜଣଙ୍କ ଆସିବା ବାଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି। ତେବେ ଉଭୟ ମାଆ ଓ ଶିଶୁପୁତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି । ମାତ୍ର ଏକୁଲ-ସେକୁଲ ଓ ପୁଟିପାଳ ଭଳି ଅପହଞ୍ଚ ଇଲାକାର ଏ ଦୃଶ୍ୟ କିଛି ନୂଆଁ ନୁହେଁ ବୋଲି ଆଶା ଦିଦି ପ୍ରକାଶ କରିଛନ୍ତି । ତେବେ ଏ ନେଇ ଅପହଞ୍ଚ ଇଲାକାରେ ବିକାଶ ପାଇଁ ନିକଟରେ ମାନ୍ୟବର ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଗଣମାଧ୍ୟମ ଜରିଆରେ ଦେଖିବାକୁ ମିଳିଥିଲା । 

କାମାକ୍ଷନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କନ୍ତିମିଲି ଗ୍ରାମ ରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପୌର ନିର୍ବାଚନ – ବିଶାଲ ସମାବେଶ କରି ପ୍ରଚର ଶେଷ କଲା ବିଜେଡ଼ି

Sunil Chandra Nayak

Leave a Comment

error: Content is protected !!