ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ର ଅଷ୍ଟବିଂଶ ଆଭାସି କବିତା ଆସର ଅନୁଷ୍ଠିତ

ଢେ଼ଙ୍କାନାଳ(ମସୀହା) ୧୧/୧୨ ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ,ଢେ଼ଙ୍କାନାଳ ଆନୁକୁଲ୍ୟରେ ଗତକାଲି ଅପରାହ୍ନ ୪ ଘ. ସମୟରେ ଅଭାସି ଯୋଗେ ଅଷ୍ଟବିଶ ମାସିକ କବିତା ଆସର ଶୀର୍ଷକ “ଜୀବନ ଟା ଏକ ବୁଝାମଣା” ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠାନ ର ସମ୍ପାଦକ ରାହାସ କୁମାର ବେହେରା ଏହି କାର୍ଯ୍ୟକ୍ରମ କୁ ଅୟମାରମ୍ଭ କରିଥିଲା ବେଳେ ରଶ୍ମିତା ରାଉତ ସୁମଧୁର କଣ୍ଠ ରେ ମାଙ୍ଗଳିକ ମଧୁ ସଙ୍ଗୀତ ଗାନ କରି ସମସ୍ତ କବି ପ୍ରାଣ କୁ ଆପ୍ୟାୟିତ କରିଥିଲେ । ପରିଷଦ ର ସଭାପତି କବିଜ୍ୟୋତି ନିରଂଜନ ପତି ଅଧ୍ୟକ୍ଷତା କରି କାର୍ଯକ୍ରମ କୁ ଆଗେଇ ନେଇଥିଲେ l ପରେ ପରେ ବରିଷ୍ଟ କବି ଶ୍ରୀଯୁକ୍ତ ବିନୟ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥଲେ। ଉକ୍ତ ସୃଜନୀ ଭିତ୍ତିକ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବାଲେଶ୍ଵର ରୁ ପ୍ରକାଶିତ ହେଉଥିବା ଦୈନିକ ସମ୍ବାଦପତ୍ର’ ଅପରାହ୍ନ ‘ ର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ ଯୋଗ ଦେଇ ଥିଲେ l

ଶବ୍ଦ ଗୁନ୍ଥିବା ଈଶ୍ୱର ଦତ୍ତ। ଏହି ପରି ଶଦ୍ଦ ଓ ଭାବ ବିନ୍ୟାସ କରି ଅନୁଷ୍ଠାନ ତଥା ଓଡିଆ ସାହିତ୍ୟ ଭଣ୍ଡାର ବଳିଷ୍ଠ ଓ ରୁଦ୍ଧିମନ୍ତ ହେଉ ବୋଲି ବ୍ୟକ୍ତ କରିଥିଲେ।ଏଠାରେ ସୂଚନା ଯୋଗ୍ୟ ଯେ ୧ମ ପାଖୁଡ଼ା କବିତା ଆସର ଟି ଦେବୀ ପ୍ରସାଦ ନାୟକ ଓ ରୀନା ସେଠୀ ଆପଣା ର ଭାବ ବୈଭବ ଯୁକ୍ତ ଶଦ୍ଦ ମାଧୁର୍ଯ୍ୟ ରେ କାବ୍ୟିକ ସଂଯୋଜନା କରିଥିବା ବେଳେ ୨ୟ ପାଖୁଡ଼ା କବିତା ଆସର କୁ ରଶ୍ମିତା ରାଉତ ଓ ଅନିମା ପରିଡା ଭାଷା ପଲ୍ଲବୀ ରେ ସଂଯୋଜନା କରି ସଭିଙ୍କୁ ଆପ୍ୟାୟିତ କରିଥିଲେ।

ଏହି କାର୍ଯକ୍ରମ ରେ ସସ୍ମିତା ପଟ୍ଟନାୟକ, ତୁଷାର ମିଶ୍ର, କାଦମ୍ବରି ମହାଖୁଡ୍, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ସାହୁ, ନାୟକ ଅକ୍ଷୟ ରାଜହସ୍ତୀ, ରଶ୍ମିତା ରାଉତ, ସ୍ୱର୍ଣଲତା ରାଉତ୍, ଡ଼ଃ ଶକୁନ୍ତଳା ଭୂୟାଁ, ପ୍ରଧ୍ୟାପିକା ବୀଣାପାଣି ତ୍ରିପାଠୀ, ବିନୟ କୁମାର ସାମଲ, ପଣ୍ଡିତ ବିପିନି ବିହାରୀ ଶତପଥୀ, ରୀନା ସେଠୀ, ଦେବୀ ପ୍ରସାଦ ନାୟକ, ନିରଂଜନ ପତି,ରଶ୍ମିତା ରାଉତ, ଅନିମା ପରିଡା, ବୀର କିଶୋର ନାୟକ, ଲୀଳାବତୀ ପରିଡା ପ୍ରମୁଖ କବି କବୟିତ୍ରୀ ମାନେ ସ୍ବରଚିତ କବିତା ପାଠ କରି ଓଡ଼ିଆ କାବ୍ୟ ସାହିତ୍ୟ କୁ ସମୃଦ୍ଧ ଓ ମନୋଜ୍ଞ କରିଥିଲେ lପରିଶେଷରେ ନାୟକ ଅକ୍ଷୟ ରାଜହସ୍ତୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts

ବାଲେଶ୍ବର – ବ୍ଲକ ସ୍ତରୀୟ ରଜ ମହୋତ୍ସବ ଉଦଘାଟିତ

Sunil Chandra Nayak

ବିଦ୍ୟାଳୟ ନିକଟରେ ଅଜଣା ମହିଳାଙ୍କ ବିଭତ୍ସ ମୃତଦେହ ଉଦ୍ଧାର

ନିରୁପମା ପାଣି ଙ୍କ କବିତା ଜୀବନଟା ଗୋଟେ ରାଜରାସ୍ତା ଭଳି

Sunil Chandra Nayak

Leave a Comment

error: Content is protected !!