ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡି ଖୋଲିବା ଦାବି ରେ ରାସ୍ତାରୋକ 

ବୌଦ୍ଧ -12.12 — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ପଞ୍ଚାୟତ କୃଷକ ସଂଘ ପକ୍ଷରୁ 12 ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ । ମନମୁଣ୍ଡା କଣ୍ଟାମାଳ 41 ନଂ ରାଜ୍ୟ ରାଜପଥ କୁ ଅବରୋଧ କଲେ ଶତାଧିକ ଚାଷୀ। ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ଖଲିଆପାଲି ପଞ୍ଚାୟତ ର ପ୍ରାୟ 15 ଖଣ୍ଡ ଗ୍ରାମ ର ହଜାର ହଜାର ଚାଷୀ ମାନେ ଧାନ ବିକ୍ରି ପାଇଁ କଣ୍ଟାମାଳ ମଣ୍ଡି କୁ ଯାଉଥିବା ବେଳେ ସେଠାରେ କୌଣସି ସୁବିଧା ନଥିବା ଯୋଗୁଁ ହଇରାଣ ହେଉଥିବା ବେଳେ ପାଖରେ ନୂତନ ଭାବେ ନିର୍ମାଣ ହୋଇଥିବା RMC ପକ୍ଷରୁ ଧାନ ମଣ୍ଡି ସେଠାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିବାକୁ ଅଡି ବସିଛନ୍ତି । ଯଦ୍ୱାରା କି ଚାଷୀ ଙ୍କୁ କଣ୍ଟାମାଳ ଧାନ ବିକ୍ରି କରିବାକୁ ଯିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହାଦ୍ବାରା ସେହି ପଞ୍ଚାୟତ ର ବର୍ଡିପଦର୍ ଠାରେ ଧାନ ମଣ୍ଡି ଖୋଲିବା ନେଇ ବାରମ୍ବାର ଜିଲ୍ଲାପାଳ ଓ ସିଏସଓ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବୀ ଆପତି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କର୍ଣ୍ଣପାତ କଲେ ନାହିଁ । ତେବେ ଆଜି ସକାଳୁ ଶହ ଶହ ଚାଷୀ ପାଟ ପଟୁଆର ରେ ବାହାରି ବର୍ଡିପଦର୍ ରେ ଧାନ ମଣ୍ଡି ଖୋଲିବା ଦାବି ନେଇ ରାସ୍ତାରୋକ କରିଛନ୍ତି ଶହ ଶହ ଚାଷୀ । କଣ୍ଟାମାଳ – ମନମୁଣ୍ଡା ରାସ୍ତା ର ବର୍ଡିପଦର ଛକ ଠାରେ ବନ୍ଦ ପାଳନ କରିଛନ୍ତି ଚାଷୀ । ତେବେ ଘଟଣା ସ୍ଥଳରେ କଣ୍ଟାମାଳ ପୋଲିସ୍ ଏବଂ ତହସିଲଦାର ବୁଝା ବୁଝି କରୁଥିଲେ ମଧ୍ୟ ଚାଷୀ ମାନେ ନିଜ ଦାବି ରେ ଅଟଳ ରହିଛନ୍ତି । ଏବଂ ଯେ ପର୍ଯ୍ୟନ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଆସି ଲିଖିତ ଭାବେ ପ୍ରତିଶ୍ରୁତି ନ ଦିଅନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ସେପଟେ ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ଵରେ ବହୁ ଯାନବାହାନ ଅଟକି ରହିଥିବା ବେଳେ କଣ୍ଟାମାଳ ଅଞ୍ଚଳରେ ଦୋକାନ ବଜାର ଖୋଲା ରହିଛି ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ରାୟଗଡା ସହରର ପୌରାଧ୍ଯକ୍ଷ ପଦବୀ ପାଇଁ ପ୍ରମୁଖ ଦଳର ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

Sunil Chandra Nayak

ଲକ୍ଷ୍ମୀନୃସିଂହ ୨୨ ତମ ଯାତ୍ରା ପାଇଁ ନୂତନ ପରିଚାଳନା କମିଟି କର୍ମକର୍ତ୍ତା ନିର୍ବାଚନ , ସଭାପତି ପାର୍ଥ ସମ୍ପାଦକ ମିଲନ                          

Sunil Chandra Nayak

Leave a Comment

error: Content is protected !!