ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡି ଖୋଲିବା ଦାବି ରେ ରାସ୍ତାରୋକ 

ବୌଦ୍ଧ -12.12 — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ପଞ୍ଚାୟତ କୃଷକ ସଂଘ ପକ୍ଷରୁ 12 ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ । ମନମୁଣ୍ଡା କଣ୍ଟାମାଳ 41 ନଂ ରାଜ୍ୟ ରାଜପଥ କୁ ଅବରୋଧ କଲେ ଶତାଧିକ ଚାଷୀ। ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ଖଲିଆପାଲି ପଞ୍ଚାୟତ ର ପ୍ରାୟ 15 ଖଣ୍ଡ ଗ୍ରାମ ର ହଜାର ହଜାର ଚାଷୀ ମାନେ ଧାନ ବିକ୍ରି ପାଇଁ କଣ୍ଟାମାଳ ମଣ୍ଡି କୁ ଯାଉଥିବା ବେଳେ ସେଠାରେ କୌଣସି ସୁବିଧା ନଥିବା ଯୋଗୁଁ ହଇରାଣ ହେଉଥିବା ବେଳେ ପାଖରେ ନୂତନ ଭାବେ ନିର୍ମାଣ ହୋଇଥିବା RMC ପକ୍ଷରୁ ଧାନ ମଣ୍ଡି ସେଠାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିବାକୁ ଅଡି ବସିଛନ୍ତି । ଯଦ୍ୱାରା କି ଚାଷୀ ଙ୍କୁ କଣ୍ଟାମାଳ ଧାନ ବିକ୍ରି କରିବାକୁ ଯିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହାଦ୍ବାରା ସେହି ପଞ୍ଚାୟତ ର ବର୍ଡିପଦର୍ ଠାରେ ଧାନ ମଣ୍ଡି ଖୋଲିବା ନେଇ ବାରମ୍ବାର ଜିଲ୍ଲାପାଳ ଓ ସିଏସଓ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବୀ ଆପତି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କର୍ଣ୍ଣପାତ କଲେ ନାହିଁ । ତେବେ ଆଜି ସକାଳୁ ଶହ ଶହ ଚାଷୀ ପାଟ ପଟୁଆର ରେ ବାହାରି ବର୍ଡିପଦର୍ ରେ ଧାନ ମଣ୍ଡି ଖୋଲିବା ଦାବି ନେଇ ରାସ୍ତାରୋକ କରିଛନ୍ତି ଶହ ଶହ ଚାଷୀ । କଣ୍ଟାମାଳ – ମନମୁଣ୍ଡା ରାସ୍ତା ର ବର୍ଡିପଦର ଛକ ଠାରେ ବନ୍ଦ ପାଳନ କରିଛନ୍ତି ଚାଷୀ । ତେବେ ଘଟଣା ସ୍ଥଳରେ କଣ୍ଟାମାଳ ପୋଲିସ୍ ଏବଂ ତହସିଲଦାର ବୁଝା ବୁଝି କରୁଥିଲେ ମଧ୍ୟ ଚାଷୀ ମାନେ ନିଜ ଦାବି ରେ ଅଟଳ ରହିଛନ୍ତି । ଏବଂ ଯେ ପର୍ଯ୍ୟନ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଆସି ଲିଖିତ ଭାବେ ପ୍ରତିଶ୍ରୁତି ନ ଦିଅନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ସେପଟେ ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ଵରେ ବହୁ ଯାନବାହାନ ଅଟକି ରହିଥିବା ବେଳେ କଣ୍ଟାମାଳ ଅଞ୍ଚଳରେ ଦୋକାନ ବଜାର ଖୋଲା ରହିଛି ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପ୍ରେମଶିଳା ବେହେରା ଙ୍କ କବିତା ହେ ଜାତୀୟ ପତାକା 

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ପ୍ରେମିକ କୁ ଜୀବନରେ ମାରି ଜଙ୍ଗଲରେ ପୋତିଦେଲେ , ପୋଲିସ ୧୧ ଦିନ ପରେ କଙ୍କାଳ ଉଦ୍ଧାର କଲା

Sunil Chandra Nayak

Leave a Comment

error: Content is protected !!