ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହାରେ ନାଗ ପୂଜା ସମ୍ପନ୍ନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଓଁ ଶ୍ରୀ ଶ୍ରୀ ବିଜେ ନୀଳକଣ୍ଠେଶ୍ଵର ନାଗବାଚା ପୂଜା କମିଟି, ତେରେସିଂହା ପକ୍ଷରୁ ହେଉଥିବା ନାଗ ପୂଜା (ସାପ ଯାତ୍ରା) ଆଜି ସମ୍ପନ୍ନ ହୋଇଯାଇଛି l ଗତ ପାଞ୍ଚ ତାରିଖ ସୋମବାର ଠାରୁ ଏହି ପୂଜା ଆରମ୍ଭ ହୋଇଥିଲା l କାଲି ସୋମବାର ନଗର ପରିକ୍ରମା ଓ ଅପରାହ୍ନରେ ପୂଜା ମଣ୍ଡପରେ ପୂଜା କାର୍ଯ୍ୟ ସହ ଯାତ୍ରା ଅନୁଷ୍ଠିତ ହୋଇଥିଲା l ଭକ୍ତ (ବରୁଆ) ମାନଙ୍କ ଶରୀରରେ ଦେବାଦେବୀ ବିରାଜ ମାନ ହୋଇଥିଲେ l ଅତି ଭକ୍ତି ଓ ନିଷ୍ଠାର ସହ ଭକ୍ତ ମାନେ ଏହି ବ୍ରତ ପାଳନ କରିଥାନ୍ତି l ତା’ ପର ଦିନ ଅର୍ଥାତ୍ ଆଜି (ମଙ୍ଗଳବାର) ଗ୍ରାମ ଠାରୁ ଅଳ୍ପ ଦୂର ପୂଜାସ୍ଥଳି ଠାରେ ବିନୋ ପୂଜା ସହ ଏହି ଯାତ୍ରା ସମ୍ପନ୍ନ ହୋଇ ଯାଇଛି l ଏହି ଯାତ୍ରା ୧୯୮୪ ମସିହା ଠାରୁ ହୋଇ ଆସୁଅଛି l ଏଥିରେ ପୂଜକ ଭାବେ ବଳରାମ ଭୋଇ ଓ ରୁଦ୍ର ଭୋଇ ପୂଜା କାର୍ଯ୍ୟ ତୁଲାଇ ଥିଲେ l ନାଗବାଚା ପୂଜା କମିଟିର ସଭାପତି ଯଶୋବନ୍ତ ଭୋଇ ଓ ସମ୍ପାଦକ ମୋତିଲାଲ ରଣାଙ୍କ ନେତୃତ୍ବରେ ଶତାଧିକ ଭକ୍ତ ଏଥିରେ ସାମିଲ ହୋଇ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l ସୋମବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଥିଲା l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ନବରଙ୍ଗପୁର ଜିଲ୍ଲା ରେ ବ୍ୟାପିଲା ଝାଡ଼ାବାନ୍ତି ,ପହଂଚିଲା ଡାକ୍ତରୀ ଦଳ

Sunil Chandra Nayak

ଜୟପାଟଣାରେ ଭାରତ ବନ୍ଦ ସମର୍ଥନ, ଦୋକାନ ବଜାର ସହ ଯାନବାହାନ ଚଳାଚଳ ପ୍ରଭାବିତ

ରାଇଘର ବ୍ଲକ ସ୍ତରୀୟ  ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!