ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶୀ ମଦଭାଟି ପ୍ରସ୍ତାବକୁ ବିରୋଧ କରି ସ୍ବୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ବାରସ୍ତ

ଥୁଆମୂଳ ରାମପୁର :୧୩/୧୨ – (ମ.ନି.ସ) :- ରାଜ୍ୟ ସରକାର ଅଧିକ ରାଜସ୍ୱରେ ଆୟ ବୃଦ୍ଧି ଉଦ୍ଦେଶ୍ୟ ନେଇ ବିଭିନ୍ନ ସ୍ଥାନରେ ଦେଶୀ ମଦଭାଟି ଖୋଲିବା ପାଇଁ ଅନୁମତି ଓ ପ୍ରସ୍ତାବ ପ୍ରଦାନ କରୁଥିବା ବେଳେ ଏହାକୁ ନେଇ ଅନେକ ସମୟରେ ଅନେକ ସ୍ଥାନରେ ବିରୋଧ କରାଯାଉଛି। ତଥାପି ସରକାରଙ୍କ ପକ୍ଷରୁ ଏହା ଉପରେ ଗୁରୁତ୍ୱ ନଦେବା ଅତି ଦୁଃଭାଗ୍ଯ ଜନକ ବିଷୟ ହୋଇପଡିଛି ରାଜ୍ଯରେ ଅନେକ ଦେଶୀ ମଦଭାଟି ଛତୁଫୁଟିଲା ଭଳି ଗଢି ଉଠିଛି। ସେଅନୁସାରେ ମଦମୃତ୍ୟୁ ଭଳି ଅନେକ ଅନ୍ଯାନ୍ଯ ଅତ୍ଯାଚାର ବୃଦ୍ଧି ପାଉଥିବା ଘଟଣାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜୋର ଧରୁଥିଲେ ହେଁ ସରକାରଙ୍କ ପକ୍ଷରୁ ଏହାର ସମାଧାନ କରିବାରେ ବିଫଳ ହେଉଛନ୍ତି। ଏଦିଗରେ ଅବକାରୀ ବିଭାଗ ମଧ୍ୟ ଚୂପ ରହୁଥିବା ସନ୍ଦେହ ସୃଷ୍ଟି କରୁଅଛି। ମଦ ଯୋଗୁଁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପରିବାର ପ୍ରାୟତଃ ଉଜୁଡି ଯାଉଥିବା ନଜିର ରହୁଛି। ବିଶେଷ କରି ମଦଯୋଗୁଁ ଗରିବମାନଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ଚେଷ୍ଟିତ ହେବା ନିହାତି ଜରୁରୀ ରହିଛି। ତଥାପି ଆହୁରି ଦେଶୀ ମଦଭାଟି ଖୋଲିବା ପାଇଁ ପ୍ରସ୍ତାବ ଦେଉଥିବା ଜଣାପଡିଛି। ସେହିଭଳି ଦେଶୀ ମଦଭାଟି ଖୋଲିବା ପାଇଁ ପ୍ରସ୍ତାବ ଦେଇଥିବା ବିଷୟରେ ଶୁଣିବାକୁ ମିଳିଛି। ତାହା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କର୍ଲାପାଟ ଗ୍ରାମପଞ୍ଚାୟତ ଠାରେ ଦେଶୀ ମଦଭାଟି ଖୋଲିବା ପାଇଁ ପ୍ରସ୍ତାବ ଦେଇଥିବା ବିଷୟରେ ଶୁଣି ସେହି ଅଞ୍ଚଳ କରଡାପଦର ଓ ଆଖପାଖ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ବୃନ୍ଦ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇ ଥିବା ଜଣାଯାଇଛିି। ସେମାନେ ଶୁଣିକୁ ପାଇଛନ୍ତି ଯେ ଜିଲ୍ଲା ଅବକାରୀ କାର୍ଯ୍ଯାଳୟ କଳାହାଣ୍ଡି ଙ୍କ ପତ୍ର ସଂଖ୍ୟା – ୧୪୭୭ ତା ୦୩/୧୧/୨୦୨୨ ଅନୁସାରେ କର୍ଲାପାଟ ପଞ୍ଚାୟତରେ ଏକ ଦେଶୀ ମଦଭାଟି ସ୍ଥାପନ ପାଇଁ ପ୍ରସ୍ତାବ ରଖି ଜନମତ ଲୋଡା ଯାଇଛି। ତାହା ମଧ୍ୟ ଆମ କରଡାପଦର ଗ୍ରାମରେ ହେବାପାଇଁ ସ୍ଥିର କରାଯାଇଛି। ଏହି ମଦଭାଟି ସ୍ଥାପନ ପ୍ରସ୍ତାବ କୁ ବିରୋଧ କରି ଗତ ଅକ୍ଟୋବର ମାସର ପଲ୍ଲୀସଭା ଓ ଅକ୍ଟୋବର ମାସ ୦୨ ତାରିଖ ଗ୍ରାମସଭାରେ ମଧ୍ୟ କରଡାପଦର ଗ୍ରାମରେ ଦେଶୀ ମଦଭାଟି ନ କରାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ତା’ସହିତ ଗ୍ରାମବାସୀ ଓ ମହିଳା ଦଳ ମାନେ ମଧ୍ୟ ତୀବ୍ର ବିରୋଧ କରିଛନ୍ତି। ବର୍ତ୍ତମାନ ତା ୧୦/୧୨/୨୦୨୨ ରିଖରେ ଗ୍ରାମ ପଞ୍ଚାୟତରେ ହୋଇଥିବା ସ୍ବତନ୍ତ୍ର ଗ୍ରାମ ସଭାରେ ମଧ୍ୟ ମଦଭାଟି ନ ହେବା ଦିଗରେ ବିବରଣୀ ଖାତାରେ ଲିପିବଦ୍ଧ କରାଯାଇଛି। ଦେଶୀ ମଦଭାଟି ସ୍ଥାପନ ହେଲେ ଗ୍ରାମ ମାନଙ୍କରେ ବିଶୃଙ୍ଖଳିତ ହୋଇ ମାରପିଟ, ଗୋଳମାଳ ଏବଂ ମହିଳା ମାନଙ୍କ ପ୍ରତି ଅନ୍ଯାୟ ଅତ୍ଯାଚାର ବଢିଚାଲିବ। ଅନ୍ଯପକ୍ଷରେ ଏହା ଓଡିଶା ଅବକାରୀ ଅଧିନିୟମ ୨୦୦୮ ର ଧାରା ୨୭ ଅନୁଯାୟୀ ଗ୍ରାମ ଶାସନର ସହମତି କ୍ରମେ ଗ୍ରାମ ପଞ୍ଚାୟତ ର ଅନୁମୋଦନ ଆବଶ୍ୟକ ରହିଥିବା ବିଷୟରେ ଅବଗତ କରାଯାଇଛି। ମଦଭାଟି ପ୍ରସ୍ତାବ କୁ ବିରୋଧୀ କରି କରଡାପଦର ଗ୍ରାମବାସିନ୍ଦା ଓ ଆଖପାଖ ଗ୍ରାମର ମହିଳା ପୁରୁଷ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇବା ପାଇଁ ଯାଇ ଥିଲେ ହେଲେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରହିଥିବା ଯୋଗୁଁ କାର୍ଯ୍ଯାଳୟ କର୍ମଚାରୀଙ୍କ ହସ୍ତରେ ଦରଖାସ୍ତ ଟି ପ୍ରଦାନ କରିଥିବା ଜଣାପଡିଛି। ଏଠାରେ ପ୍ରକାଶ ଥାଉ କି ଯେ, ଆଗକୁ ଏହି ଦରଖାସ୍ତରେ ଦର୍ଶାଯାଇଥିବା ବିଷୟରେ ଯଦି ବିଚାର କୁ ନ ନିଆଯାଏ ଓ ମଦଭାଟି ଓ ମଦ ଦୋକାନ ବନ୍ଦ କରାନଯାଏ। ତାହେଲେ ପରବର୍ତ୍ତୀ ସମୟରେ ମହିଳା ଗୋଷ୍ଠୀ ଓ ଜନସାଧାରଣ ସମସ୍ତେ ସଂଘ ବଦ୍ଧ ଭାବରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବଡଗୋବରା ଗ୍ରାମବାସୀଙ୍କ ଦ୍ବାରା ପରେମେଶ୍ବର ବିଷ୍ଣୁଙ୍କ ପୂଜା ଧୂମଧାମରେ ପାଳିତ

Sunil Chandra Nayak

ଉପଖଣ୍ଡ ସାମ୍ବାଦିକ ତରଫରୁ ସାମ୍ବାଦିକ ଦିବସ ପାଳିତ

Sunil Chandra Nayak

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!