ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

   ଅମୃତର ସପନ

         ବେଣୁଧର ସୂତାର

ବିଶ୍ୱାସ ନେତ୍ରରେ ବିଶ୍ବ
               ଲାଗେ ଭାରି ସୁନ୍ଦର
ଏ ଜଗତ ମହାତୀର୍ଥ
               ପୁଣ୍ୟମୟ ମନ୍ଦିର ।
ଜୀବନର ପ୍ରତି କ୍ଷଣେ
              ଵିଶ୍ଵାସ ର ସ୍ପନ୍ଦନ
ଶ୍ରଦ୍ଧା ସିନା ପୂଜା ଫୁଲ
              ଭକ୍ତି ବାସ ଚନ୍ଦନ ।
ମମତାର ଉପହାର
             ପ୍ରେମ ପ୍ରୀତି ସୁରଭି
ଅମୃତର ଆବାହନୀ
             ଜୀବନର ପୂରବୀ ।
ହୃଦୟରେ ବିଶ୍ୱାସ ର
             ସୁଧାମୟ ସରଣୀ
ଭାବ ଭକ୍ତି ନିର୍ବାଣ ର
            ପରିତୁଷ୍ଟ ତରଣୀ ।
ଅସରନ୍ତି କାମନାର 
            ରାସ୍ତା ସିନା ବିଷମ
ଆଶା ଆଉ ଅଭୀପ୍ସାର
            ଅନୁଚିନ୍ତା ଅସୀମ ।
ସମୟର ସୀମା ଲଙ୍ଘେ
             ପ୍ରଗଳ୍ଭ ଏ ବୟସ
ନୂତନର ଆବାହନେ
            ଚେତନାର ପୀୟୂଷ ।
ସାଧନାର ପୁଣ୍ୟ ପୀଠ
             ନିଃସର୍ଗ ଏ ଜୀବନ
ଜୀବନର ରଙ୍ଗମଞ୍ଚେ
             ଅମୃତର ସପନ ।
ଜୀବନରୁ ସପନର
             ଭୌଗଳିକ ଦୂରତା
ସଂପର୍କର ସୁନାକ୍ଷେତ
             ମାଆ ମାଟି ମମତା ।
ମାତୃତ୍ବର ପୁଣ୍ୟଧାରା
             ସୌଭାଗ୍ୟର ସରଣି
ସର୍ବସଂହା ଶାଶ୍ବତୀ ସେ
             ମମତାର ଧରଣୀ ।
କୃପାମୟୀ ସୁଧାଦାୟୀ
             ଅମୃତର ପସରା
ଚିରକାଳ ପ୍ରାଣସତ୍ତା 
             ତା ଆଶିଷ ଆସରା ।
ଓଁକାର ଝଙ୍କାରମୟୀ
              ଅମୃତର ସୃଜନୀ
ନିଖଳ ଜୀବନ ଧାରା
               ସିଏ ଆଦି ଜନନୀ ।
ପ୍ରଣବ ସ୍ବରୂପା ସେତ
              ପ୍ରାଣ ପିଣ୍ଡ ଆଧାର
ତାର ଅନୁକଂପା ଘେନି
             ସୃଷ୍ଟି ହୁଏ ସାକାର ।

କେଶଦୁରାପାଳ କେନ୍ଦୁଝର

Related posts

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Sunil Chandra Nayak

ଶୁଖିଲା ଖାଦ୍ୟ ବଣ୍ଟନ କଲେ ବିଜେପି ନେତା

Sunil Chandra Nayak

Leave a Comment

error: Content is protected !!