ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜେ ଏନ ଭି ଆଲୁମିନି ପକ୍ଷରୁ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

କନ୍ଧମାଳ ବାସୀ ଙ୍କର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଫୁଲବାଣୀ ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ ଓ ତ୍ରୀନେତ୍ର ନୟନ ନେତ୍ରାଳୟ ସମ୍ବଲପୁର ଅନୁଷ୍ଠାନ ର ମିଳିତ ସହଯୋଗ ରେ ସଂଘ ସଭାପତି ସୁର ପ୍ରସାଦ ନାୟକ ଙ୍କର ସଭାପତିତ୍ୱରେ ଫୁଲବାଣୀ ସଦର ମହକୁମା ସ୍ଥିତ ଗାନ୍ଧୀସ୍ମୃତି ଭବନ ଠାରେ ଶନିବାର ଦିନ ଏକ ଚକ୍ଷୁ ପରୀକ୍ଷା ଏବଂ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ର ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜନ ସ୍ଵାସ୍ଥ୍ୟ ଅଧିକାରୀ ଭାବେ ଡା ବସନ୍ତ ପାତ୍ର,ତ୍ରିଲୋଚନ ନେତ୍ରାଳୟ ବିଶେଷଜ୍ଞ ଡା ସୀମା ସିଂ ଯୋଗ ଦେଇ ଜେ ଏନ ଭି ପି ଏଏ ର ସାମାଜିକ କାର୍ଯ୍ୟ ଏକ ନିଆରା କାର୍ଯ୍ୟ। ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ଙ୍କର ଏହି ପ୍ରୟାସ କୁ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ। ଏବଂ ଆଗକୁ ଅନ୍ୟ ସ୍କୁଲ ମାନଙ୍କର ଆଲୁମିନି ମଧ୍ୟ ଏହି ପ୍ରକାର ସମାଜ କଲ୍ୟାଣ କାର୍ଯ୍ୟ ଆପଣେଇଲେ ଭବିଷ୍ୟତ ରେ ଏକ ସୁନ୍ଦର ସମାଜ ର ପରିକଳ୍ପନା ରେ କୌଣସି ଅସୁବିଧା ହେବ ନାହିଁ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ସାଧାରଣ ସମ୍ପାଦକ ନୀଳମାଧବ ଦିଗାଲ ଉପସ୍ଥିତ ଜନସାଧାରଣ ଙ୍କୁ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଉକ୍ତ ଶିବିରରେ ୪ଶହରୁ ଉର୍ଦ୍ଧ୍ବ ନିଜର ଚକ୍ଷୁ ପରୀକ୍ଷା କରିବାର ସୁଯୋଗ ପାଇଥିଲେ। ଏହି ଶିବିରରେ ମୋତିଆ ବିନ୍ଦୁ ଏବଂ ଯେ କୌଣସି ପ୍ରକାର ଚକ୍ଷୁ ରୋଗର ପରୀକ୍ଷା କରିବା ସହ ଆଖି ପରୀକ୍ଷା କରାଯାଇ ୧୩୫ ଜଣକୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିବା ବେଳେ ୬୦ ଜଣ ଚକ୍ଷୁ ରୋଗୀ ଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ସମ୍ବଲପୁର ଯିବା ନିମନ୍ତେ ଚିହ୍ନଟ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ଏହି ଭଳି ମାଗଣା ଚକ୍ଷୁ ପରୀକ୍ଷା ଏବଂ ଚିକିତ୍ସା ଶିବିର ଅନୁଷ୍ଠିତ ହେବା ନିମନ୍ତେ ସଭାପତି ଶ୍ରୀ ନାୟକ ସୂଚନା ଦେଇଥିବା ବେଳେ ଏହି ଶିବିର କୁ ଫୁଲବାଣୀ ସହରର ଆଖପାଖ ବିଭିନ୍ନ ଅଞ୍ଚଳ ସହିତ ସୁଦୂର ରାଇକିଆ ,କୋଟଗଡ, ଦାରିଙ୍ଗବାଡି ଭଳି ଦୁର୍ଗମ ଅଞ୍ଚଳ ରୁ ଲୋକମାନେ ଆସି ଚିକିତ୍ସା ସୁବିଧା ପାଇଥିଲେ ତତ ସହିତ ସମସ୍ତ ଙ୍କ ମଧ୍ୟରେ ସୁ ସମ୍ପର୍କ ଭାଇ ଚାରା ସୃଷ୍ଟି କରିବା ନିମନ୍ତେ ଏହି ପ୍ରାୟସ କରାଯାଇଛି।ସଙ୍ଘ ପକ୍ଷରୁ ପୂର୍ବରୁ ଯୁବକ ଯୁବତୀ ମାନଙ୍କ କେରିଅର କାଉନ ସେଲିଂଗ,ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ସଚେତନତା ଶିବିର, ରକ୍ତଦାନ ଶିବିର, ଶିଶୁ ଓ ମହିଳା ଅଧିକାର ସମ୍ପର୍କିତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରିଆସିଛି। ବୋଲି ସଭାପତି କହିଥିଲେ। ଉକ୍ତ ଶିବିର କୁ ସଫଳ କରିବା କୁ ସଂଘର ସଭାପତି, ସମ୍ପାଦକ ଙ୍କ ସହ ସୁକାନ୍ତ ଦିଗାଲ,ମମତା ସାହୁ,ଭ୍ରମରବର ବେହେରା, ସୁବ୍ରଜିତ ପ୍ରଧାନ,ବିକାଶ ଦିଗାଲ,ଦିଗାମ୍ବର କଁହର, ଅଶୋକ ସାହାଣୀ,ଲଲାଟେନ୍ଦୁ ନାୟକ,ବିନୋଦ ବେହେରା,ପ୍ରମୁଖ ସହ ଜେଏନଭିପିଏଏ ର ସମସ୍ତ ସଦସ୍ୟ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟକ୍ରମ ସଫଳ ହେବା ପାଇଁ ଉଦ୍ୟମ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

୨୦୨୪ ସୁଦ୍ଧା ବିଜାତଳା ବ୍ଲକକୁ “ଯକ୍ଷ୍ମା ମୁକ୍ତ “ଅଂଚଳ ପ୍ରୟାସ ନେଇ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଓ ‘ରିଚ’ଅନୁଷ୍ଠାନ ତରଫରୁ କର୍ମଶାଳା

Sunil Chandra Nayak

କୋକସରା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବା ପରେ ଚେଇଁଲା ପ୍ରଶାସନ, ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ, ବ୍ଲକ ଉପାଧ୍ୟକ୍ଷ ଓ ମେଡ଼ିକାଲ ଟିମ 

Sunil Chandra Nayak

ଦେଶରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ; ୨୪ ଘଣ୍ଟାରେ ୩୨୦୭ ଆକ୍ରାନ୍ତ ଚିହ୍ନଟ, ୨୯ ମୃତ

Leave a Comment

error: Content is protected !!