ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼ାବୁଗାଁ ରେ ଧାନ ମଣ୍ଡି ଉଦଘାଟିତ

ଡ଼ାବୁଗାଁ, 13/12 (ମ.ନି.ସ.) – ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦମହକୁମା ସ୍ଥିତ ସ୍ଥାନୀୟ ହାଟପଦା ଠାରେ ମଙ୍ଗଳବାର ଖରିଫ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ମଣ୍ଡି ଉଦଘାଟନ ସମୟରେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି, ଡ଼ାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ , ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ , ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ , ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ , ଡ଼ାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡ଼ାବୁଗାଁ ଲ୍ୟାମ୍ପସ ଏମ୍ ଡି ଆର ଶଙ୍କର ରାଓ , ଲ୍ୟାମ୍ପ ଡାଇରେକ୍ଟର ସତ୍ୟ ରାଓ , କୃଷକ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ମିଲର୍ସ ଜି. ଗୋପାଳ କୃଷ୍ଣ ରାଓ , ବାବୁଲି ରାଓ , ଟି ମୁରଲୀ , ଜି ପାନ୍ତୁଲୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀ ଧନସିଂ ଭତ୍ରା , ଜୟନ୍ତ କୁମାର ପାତ୍ରଙ୍କ ସମେତ ଡ଼ାବୁଗାଁ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ । ଯେପରି ମଣ୍ଡିରେ ଚାଷୀ ଙ୍କୁ କୌଣସି ଅସୁବିଧା ନ ହୁଏ ଏନେଇ ବିଧାୟକ ଅର୍ ଏମ୍ ସି ସମ୍ପାଦକ କପିଳେନ୍ଦ୍ର ସାସମଲ ଓ ସ୍ଥାନୀୟ ଏମଡି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ସାଧାରଣ ଧାନ 2040 ଟଙ୍କା ଥିବା ବେଳେ କ ଶ୍ରେଣୀର ଧାନ 2060 ଟଙ୍କା ଥିବା ଜଣା ପଡିଛି | ଏହି ମଣ୍ଡିରେ ଧାନର ନିର୍ଦ୍ଧାରିତ ମାନ ବିଷୟରେ ସମସ୍ତ ଚାଷୀଙ୍କୁ ଜଣାଇ ଦିଆଯାଇଥିଲା | ଧାନ ମଣ୍ଡି କୁ ଆଣିବା ସମୟ ସକାଳ ନଅ ଘଣ୍ଟିକା ଠାରୁ ଅପରାହ୍ନ ୨ ଟା ଥିବା ବେଳେ ଧାନ ଚାଷୀ ଧାନ ଅମଳ କରିବା ପରେ ସମ୍ପୃକ୍ତ ଲ୍ୟାମ୍ପସ, ଏସ ଏସ ଜି ଠାରୁ ଧାନ ବିକ୍ରୟ ପାଇଁ ଟୋକନ ପାଇବା ପାଇଁ ସୂଚନା ଦିଆଯାଇଥିଲା | ଡାବୁଗାଁ ବ୍ଲକ ର ମଙ୍ଗଳବାର ଓ ବୁଧବାର ରଖା ଯାଇଥିବା ବେଳେ ଜୁନାପାଣି ରେ ଶୁକ୍ରବାର ଦିନ ଧାନ ମଣ୍ଡି ରଖାଯାଇଛି | ଏହି ଧାନ ମଣ୍ଡି ରେ ମା ତାରାତାରିଣୀ, ମା ତୁଳସୀ, ଓ ମା ଲକ୍ଷ୍ମୀ ୩ ଟି ଏସ ଏଚ ଜି ଙ୍କୁ ସାମିଲ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବିବେକାନନ୍ଦ ହଲର ଉଧ୍ଘଟାନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

Sunil Chandra Nayak

ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Sunil Chandra Nayak

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!