ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାଳଚେର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣ ଧାରଣା

ତାଳଚେର (ଆର୍ତ୍ତତ୍ରାଣ ପାଣି) : ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଉପ ଜିଲ୍ଲାପାଳ ଅଫିସ ସାମ୍ନା ରେ ତାଳଚେର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ର ଶାନ୍ତିପୂର୍ଣ୍ଣ ରିଲେ ଗଣ ଧାରଣା ଆଜି ଷଷ୍ଟ ଦିବସରେ ପହଁଚି ଥିବା ଜଣା ଯାଏ l ଓଡିଶାର ଏହି ସମୃଦ୍ଧ ଶିଳ୍ପାଞ୍ଚଳ ରାଜ୍ୟ ସରକାରଙ୍କୁ ସିଂହ ଭାଗ ରାଜସ୍ବ ଦେଉଥିବା ସ୍ଥଳେ ଅବହେଳିତ ହୋଇ ଆସୁଥିବାରୁ ଜିଲ୍ଲା ମାନ୍ୟତା ନିମନ୍ତେ ଏହି ଆନ୍ଦୋଳନ ବହୁ ବର୍ଷ ତଳେ ଜୋର ଧରିଥିଲା, ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେରକୁ ଏକତିରିଶ ତମ ଜିଲ୍ଲା ଋପେ ମାନ୍ୟତା ଦେବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ଏହି ପ୍ରତିଶୃତି ପ୍ରତି ରାଜ୍ୟ ସରକାରଙ୍କ ଉଦାସିନତା ବର୍ତ୍ତମାନ ତାଳଚେର ଉପଖଣ୍ଡ ଅଧିବାସୀଙ୍କ ଆକ୍ରୋଶ ରେ ପରିଣତ ହୋଇଥିବା ଅନୁଭବ କରାଯାଏ l ବୁଦ୍ଧାଜୀବୀ ଠାରୁ ଆରମ୍ଭ କରି ସାଧାରଣ ଜନସାଧାରଣ ଜନତା ଏହି ଦାବୀ କୁ ଯଥାର୍ଥ ଅନୁଭବ କରି ଦାବୀ ପୂରଣ ନହେଲା ପର୍ଯ୍ୟନ୍ତ ଏହି ରାଲି ଗଣ ଧାରଣା ବଳବତ୍ତର ରହିବ ବୋଲି ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ତୁଙ୍ଗ ନେତୃବୃନ୍ଦ ଓ କର୍ମକର୍ତ୍ତା କେଶବ ଭୂତିଆ , ବିନୋଦ ଲାଲ, ଚୈତନ୍ୟ ପ୍ରଧାନ, ଓକିଲ ବାଉରୀ ବନ୍ଧୁ ବେଜ୍ ଶ୍ରମିକ ନେତା ରାଜୁ ସାହୁ ପ୍ରକାଶ କରିଥିବା ଆମ ପ୍ରତିନିଧିଙ୍କ ଠାରୁ ଜଣାଯାଏ l

Related posts

ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ କ୍ଷତ୍ରିୟ ମାନଂକ ଖଣ୍ଡା ଖେଳ ଅନୁଷ୍ଠିତ

Sunil Chandra Nayak

ଉତ୍କେଲା ରେ ବେ-ଧଡକ ଚାଲିଛି ମଦ ବେପାର। ଦୃଢ କାର୍ଯ୍ୟନୁଷ୍ଠାନ ନେବାପାଇଁ ଗ୍ରାମବାସୀଙ୍କ ଦାବୀ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କାମନା

Sunil Chandra Nayak

Leave a Comment

error: Content is protected !!