ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ପ୍ରଗତି ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

ଭବାନୀପାଟଣା ସହରସ୍ଥିତ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡାଙ୍କ ଜନ୍ମଦିନ ପାଳନ ଅବସରରେ ପ୍ରଗତି ମହାବିଦ୍ୟାଳୟରେ  ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଗତି ମହାବିଦ୍ୟାଳୟର ଏନସିସି, ଏନଏସଏସ ଏବଂ ଯୁବ ରେଡକ୍ରସର ସ୍ବେଚ୍ଛାସେବୀମାନଙ୍କ ସହଯୋଗରେ ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା,  ଛାତ୍ରଛାତ୍ରୀ ତଥା ଅଣଶୈକ୍ଷିକ କର୍ମଚାରୀ ପ୍ରମୂଖ ରକ୍ତଦାନ କରିଥିଲେ । ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା  ଚେୟାର ପରସନ ସୁଶ୍ରୀ ସଙ୍ଗୀତା ପଣ୍ଡା, ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀ ପ୍ରଥମେ ରକ୍ତ ଦାନ କରି ରକ୍ତଦାନ ପ୍ରକ୍ରିୟାକୁ ଆରମ୍ଭ କରିଥିଲେ ।  କଳାହାଣ୍ଡି ଏ ଡି ଏମ ଡ. ନିହାର ରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିରରେ ସମୁଦାୟ ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉକ୍ତ ରକ୍ତଦାନ ଶିବିରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଡ . ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ ପୂର୍ବକ ଏହି ଶିବିରକୁ ଉଦଘାଟନ କରି ରକ୍ତଦାନ ମହତ ଦାନ ବୋଲି ମତପ୍ରକାଶ କରିବା ସହିତ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ବିଗତ ଦିନମାନଙ୍କ ଭଳି ପ୍ରଗତି ଶିକ୍ଷାନୁଷ୍ଠାନ ଆଗାମୀ ଦିନମାନଙ୍କରେ ମଧ୍ୟ ସାମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଥିବ ବୋଲି ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ମତ ପ୍ରକାଶ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ମେଗା ରକ୍ତଦାନ ଶିବିର, ରେକର୍ଡସଂଖ୍ୟକ ୨୦୦ ୟୁନିଟ୍ ରକ୍ତ ସଂଗ୍ରୁହୀତ

Sunil Chandra Nayak

ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହ ସ୍ବତନ୍ତ୍ର ଟୀକାକରଣର ଶୁଭାରମ୍ଭ 

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ରେ ପ୍ରଥମ ଥର ପାଇଁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

Sunil Chandra Nayak

Leave a Comment

error: Content is protected !!