ପାପଡାହାଣ୍ଡି,20/12,ମନିସ –ରାଜ୍ୟ ଖଣିଜ ଓ ଲୌହ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ମଙ୍ଗଳବାର ପାପଡାହାଣ୍ଡି ବ୍ଲକ ଗସ୍ତ କରି ଶହୀଦ ମିନାର ପରିଦର୍ଶନ କରିଥିଲେ | ଅପରାହ୍ନରେ ସେ ପହଁଚିବା ପରେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ବିଜେଡି କର୍ମୀ ଓ ଶହୀଦ କମିଟି ତରଫରୁ ସ୍ୱାଗତ କରାଯାଇଥିଲା | ଶହୀଦ ମିନାରରେ ପୁଷ୍ପ ମାଲ୍ୟ ଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ବ୍ଲକ ଶହୀଦ ସ୍ମୃତି କମିଟିର ସଭାପତି ସୋମନାଥ ବିଶୋଇ ତାଙ୍କୁ ଶହୀଦ ମିନାରର ଐତିହ୍ୟ ସଂପର୍କରେ ଅବଗତ କରିଥିଲେ | ସେଠାରୁ ସେ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ | ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପଧକ୍ଷ ସୁଶାନ୍ତ ବେହେରା, ବିଜେଡି ବ୍ଲକ ସଭାପତି ବିଦ୍ୟାଧର ମଲିକ, ଜିଲ୍ଲା ପରିଷଦ ସଭ୍ୟ ୟଶବନ୍ତ ନାୟକ, ରଜନୀ ସାସମଲ,ପରେଶ ଜେନା, ପ୍ରହ୍ଲାଦ ଅଗ୍ରୱାଲ,ତ୍ରିନାଥ ପ୍ରଧାନ,ଶିବ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ |
previous post