ପାପଡାହାଣ୍ଡି ,20/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଲାଲବାହାଦୁର ହାଇସ୍କୁଲ ଠାରେ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇସ୍ପାତ ଏବଂ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଅଂଚଳର ଛାତ୍ରୀ ଛାତ୍ର ମାନେ ବିଗତ ଦିନରେ ଖେଳ ଓ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ରାଜ୍ୟ ଏବଂ ଭାରତ ବର୍ଷ ପାଇଁ ଗୌରବ ଆଣିଛନ୍ତି | ତେଣୁ ଏହି ଅଂଚଳର ପିଲା ମାନଙ୍କ ମଧ୍ୟରେ ଅନେକ କୃତିତ୍ୱ ଲୁଚି ରହିଛି ସେ ସବୁର ଅନ୍ୱେଷଣ ପାଇଁ ଏପରି କାର୍ଯ୍ୟକ୍ରମ କୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଥିଲେ | ସେହିପରି ଅନ୍ୟତମ ଅତିଥି ଡାବୁଗାଁ ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ମନୋହର ରନ୍ଧାରୀ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ରାଜ୍ୟରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡିଶାରେ ବିଶ୍ୱ ହକିକପ ର ଆୟୋଜନ କରିଥିବା କହିଥିଲେ | ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଯୋଗଦେଇ ମୁଖ୍ୟ ଅତିଥି ତଥା ମନ୍ତ୍ରୀ ମଲିକ ଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଯୋଗୁଁ ତାଙ୍କୁ ଧନ୍ୟବାଦ ଦେବାସହ ପାପଡାହାଣ୍ଡି ଶହୀଦ ମାଟର ଗାଁ ର ବିଭିନ୍ନ ସମସ୍ୟା କୁ ନେଇ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପାପଡାହାଣ୍ଡି ବ୍ଲକ ଅଂଚଳ ର ଉନତି ପାଇଁ ପଦକ୍ଷେପ ନେବାପାଇଁ ଅନୁରୋଧ କରିଥିଲେ | ଏହି କ୍ରୀଡା ଉତ୍ସବ ରେ ପାପଡାହାଣ୍ଡି ବ୍ଲକ ର 24 ଟି ବିଦ୍ୟାଳୟ ରୁ 75 ଛାତ୍ରୀ ଏବଂ 100 ଜଣ ଛାତ୍ର ଯୋଗଦେଇ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ | ତହିଁମଧ୍ୟରୁ 45 ଜଣ ଛାତ୍ରୀ ଛାତ୍ର ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରି ଜିଲ୍ଲା ସ୍ତରକୁ ମୋନାନୀତ ହୋଇଥିଲେ | କୃତିତ୍ୱ ଖେଳାଳି ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ବ୍ଲକ ଶିକ୍ଷା ଗୋଷ୍ଠୀ ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ସଭାପତିତ୍ୱ କରୁଥିବା ବେଳେ ସମ୍ମାନିତ ଅତିଥି ଭାବେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ହେମଲତା ମାଝୀ, ସରପଞ୍ଚ ଚନ୍ଦ୍ର ଶେଖର ମାଝୀ, ଜିଲ୍ଲାପରିଷଦ ସଭ୍ୟ ଯଶବନ୍ତ ନାୟକ, ସଭ୍ୟା ଲିପିକା ମାଝୀ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ସୁଦାମ ସେଠି ପରିଚାଳନା କରିଥିଲେ |ଖେଳ ଶିକ୍ଷକ ସେକ ଜ|ଉଲ ହୁସେନ ଏବଂ ଗୁରୁ ଚରଣ ପ୍ରଧାନ ଖେଳ ପରିଚାଳନା କରିଥିବାବେଳେ ଏବିଇଓ ପୂର୍ଣଚନ୍ଦ୍ର ପୂଜାରୀ ଓ ବାଲକ ଦାସ ରନ୍ଧାରୀ, ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ |
previous post