ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଳକରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ପ୍ରସ୍ତୁତି ବୈଠକ 

ଥୁଆମୂଳ ରାମପୁର:୨୨/୧୨ – (ମ.ନି.ସ ) :- ଆସନ୍ତା ବର୍ଷ ୨୫ ତମ ଥୁଆମୂଳ ରାମପୁର ବ୍ଳକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉତ୍ସବ କୁ ମହା ସମାରୋହରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚିଠି କରାଯାଇଛି। ସେନେଇ ଆଜି ଯଥା ତା – ୨୨/୧୨/୨୦୨୨ ରିଖ ଗୁରୁବାର ଦିନ ଅପରାହ୍ନରେ ଥୁଆମୂଳ ରାମପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ୍ ଅଧିନରେ ଥିବା ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ଯା ବିଭିନ୍ନ ଯୁବ ଅନୁଷ୍ଠାନ, ବୁଦ୍ଧିଜିବୀ, କଳାସାଂସ୍କୃତି ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି , ପୁଲିସ ବିଭାଗ , ଅଗ୍ନିଶମ ବିଭାଗ, ସମେତ ଶିଶୁ ବିକାଶ ବିଭାଗ କର୍ମଚାରୀ ଉକ୍ତ ବୈଠକରେ ଉପସ୍ଥିତ ରହିଥିଲେ। ବୈଠକରେ ଅଧ୍ୟକ୍ଷ ଦୟାନିଧି ମାଝୀ, AEE ବାଞ୍ଛାଭଟ୍ଟ ପାଣ୍ଡେ ,ଥୁଆମୂଳ ରାମପୁର ବ୍ଳକ ଏମପି ପ୍ରତିନିଧି ତଥା ବିଜେପି ଯୁବ ନେତା ବିଷ୍ଣୁ ନାଏକ, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ପ୍ରମୁଖ ଯୋଗଦାନ କରିଥିଲେ। ବ୍ଳକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଆସନ୍ତା ବର୍ଷ ୨୦୨୩ ଜାନୁଆରୀ ତା ୧୦/୧/୨୦୨୩ ଠାରୁ ୧୧/୧/୨୦୨୩ ରିଖ ଦୁଇ ଦିନ ଧରି ଆୟୋଜିତ ହେବାକୁ ଯାଉଛି। ତେଣୁ ଉତ୍ସବ କୁ ସୁରୁଖୁରୁ ଭାବରେ ପରିଚାଳନା କରିବା ପାଇଁ ବିଭିନ୍ନ ବିଭାଗକୁ ନେଇ ଉତ୍ସବର ଦାୟିତ୍ୱ ତୁଲାଇ ବା ପାଇଁ କମିଟି ଗଠନ କରାଯାଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗ ଙ୍କ ରିପୋର୍ଟ 

Related posts

ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର ବ୍ୟବହାର କରିବା ନିମନ୍ତେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ

masiha

ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା

Sunil Chandra Nayak

ଜବାହର ନବୋଦୟ ବିଦ୍ୟାଳୟରେ ଏକାଡେମୀକ୍ ଏଚିଭମେଣ୍ଟ ଏଓ୍ଵାର୍ଡ ସମାରୋହ

Sunil Chandra Nayak

Leave a Comment

error: Content is protected !!