ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗୋଲାଙ୍ଗବନ୍ଧଠାରେ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯୋଗଦେଲେ ବିଧାୟକ ପ୍ରତିନିଧି

ଲାଞ୍ଜିଗଡ଼,୨୨/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋଲାଙ୍ଗବନ୍ଧ ଖେଳପଡ଼ିଆଠାରେ ଆଜି ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସମାଜସେବୀ ମନୋରଞ୍ଜନ ବିଶି, ଶିକ୍ଷକ ରତ୍ନାକର ଦୋରା ପ୍ରମୁଖ ଯୋଗଦେଇଥିଲେ ! ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍ ରେ ଅମ୍ପାୟାର ଭାବେ ମଧୁସୂଦନ ବାଗ, ମୋହନ ସୁନା ଦାୟିତ୍ବ ତୁଲାଇଥିବାବେଳେ ଶଙ୍କର ଦଣ୍ଡସେନା ଓ ବୈଦ୍ୟନାଥ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ ! ମାଁ ଭୈରବୀ କ୍ରିକେଟ୍ କ୍ଲବ ତରଫରୁ ଅନନ୍ତ ଦୋରା, ଭୀମ ଦୋରା, ନାରାୟଣ ଦୋରା, ଭୂବନ ଦୋରା, ଗୋପୀନାଥ ଦୋରା, କମଲ ଦୋରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ପ୍ରମୁଖ ଭୂମିକା ତୁଲାଉଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବଡପଲ୍ଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିରେ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ

masiha

ବାବନ୍ଧ ରେ ୪୯ ତମ କ୍ରିକେଟ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଗୋପାଳପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ପଟାଙ୍ଗପଡାକୁ ହରାଇ ବାଗପୁର ଚମ୍ପିୟାନ  

masiha

Leave a Comment

error: Content is protected !!