ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗୋଲାଙ୍ଗବନ୍ଧଠାରେ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯୋଗଦେଲେ ବିଧାୟକ ପ୍ରତିନିଧି

ଲାଞ୍ଜିଗଡ଼,୨୨/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋଲାଙ୍ଗବନ୍ଧ ଖେଳପଡ଼ିଆଠାରେ ଆଜି ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସମାଜସେବୀ ମନୋରଞ୍ଜନ ବିଶି, ଶିକ୍ଷକ ରତ୍ନାକର ଦୋରା ପ୍ରମୁଖ ଯୋଗଦେଇଥିଲେ ! ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍ ରେ ଅମ୍ପାୟାର ଭାବେ ମଧୁସୂଦନ ବାଗ, ମୋହନ ସୁନା ଦାୟିତ୍ବ ତୁଲାଇଥିବାବେଳେ ଶଙ୍କର ଦଣ୍ଡସେନା ଓ ବୈଦ୍ୟନାଥ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ ! ମାଁ ଭୈରବୀ କ୍ରିକେଟ୍ କ୍ଲବ ତରଫରୁ ଅନନ୍ତ ଦୋରା, ଭୀମ ଦୋରା, ନାରାୟଣ ଦୋରା, ଭୂବନ ଦୋରା, ଗୋପୀନାଥ ଦୋରା, କମଲ ଦୋରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ପ୍ରମୁଖ ଭୂମିକା ତୁଲାଉଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରାଜ୍ୟ ସ୍ତରୀୟ ଧବଳେଶ୍ୱର କପ : ରାଉରକେଲା ଦଳ ଚମ୍ପିୟାନ 

masiha

ମା’ ଅମ୍ବିକା ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ବିଜୟୀ

masiha

ଛେଣ୍ଡିଆ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

Leave a Comment

error: Content is protected !!