ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକାଉଣ୍ଟ ପରୀକ୍ଷାରେ ସଂଶୋଧନ ଦାବି କଲେ ଲାଞ୍ଜିଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ଲାଞ୍ଜିଗଡ଼,୨୨/୧୨(ମନିସ)-ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଉଣ୍ଟସକୁ ନେଇ କରାଯାଉଥିବା ପରୀକ୍ଷାରେ ଥିବା ଅଦରକାରୀ ନିୟମକୁ ରଦ୍ଦ କରିବାକୁ ଦାବି କରିଛି ଓଡ଼ିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ! ସଂଘର ଡାକରା କ୍ରମେ ରାଜ୍ୟ ବ୍ୟାପି ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଉଛି ! ଏହିକ୍ରମରେ ଲାଞ୍ଜିଗଡ଼ ବ୍ଲକ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଲାଞ୍ଜିଗଡ଼ ତହସିଲଦାରଙ୍କ ଜରିଆରେ ବିଶ୍ବନାଥପୁରସ୍ଥିତ ତହସିଲ କାର୍ଯ୍ୟାଳୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ! ଏହାସହ ଏକାଉଣ୍ଟ ପରୀକ୍ଷାରୁ ରାଜସ୍ବ କ୍ଷେତ୍ର ଅଧିକାରୀମାନଙ୍କୁ ବାଦ୍ ଦେବାକୁ ଦାବି ହୋଇଛି ! ରାଜସ୍ବ ପରିଦର୍ଶକ ଅରୁଣ କୁମାର ମାଝୀ, ବିଶ୍ବନାଥପୁର ରାଜସ୍ବ ନିରୀକ୍ଷକ ଜନ୍ମେଜୟ କୁମାର, ଲାଞ୍ଜିଗଡ଼ରୋଡ଼ ରାଜସ୍ବ ନିରୀକ୍ଷକ ବୈବସୂତ ବାଗ, ବିଜେପୁର ରାଜସ୍ବ ନିରୀକ୍ଷକ ଲଳିତ କୁମାର ଚମ୍ପତ୍ତି, ଲାଞ୍ଜିଗଡ଼ ରାଜସ୍ବ ନିରୀକ୍ଷକ ଅନିରୁଦ୍ଧ ରାଉତ, ମୁଷାନାଳ ରାଜସ୍ବ ନିରୀକ୍ଷକ ଲୋଚନା ମାଝୀ, କମର୍ଧା ରାଜସ୍ବ ନିରୀକ୍ଷକ ଗଣେଶ୍ବର ଭୋଇ, ନଙ୍ଗଳବେଡ଼ା ରାଜସ୍ବ ନିରୀକ୍ଷକ ସରୋଜ ସାହୁ, ଭଟାଙ୍ଗପଦର ରାଜସ୍ବ ନିରୀକ୍ଷକ ଅଭିଳାଷ ପ୍ରଧାନ ପ୍ରମୁଖ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ! ତହସିଲଦାରଙ୍କ ଅନୁପସ୍ଥିତିରେ ଶାଖା ଅଧିକାରୀ ଦୟାସାଗର ନାଗ ଦାବିପତ୍ର ଗ୍ରହଣ କରିଥିଲେ ! 

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ରକ୍ତଦାନ ଅଭିଯାନ ଅନୁଷ୍ଠିତ

masiha

ରାଇଘର ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!