ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଲିଫ ମିଳିନଥିବାକୁ ନେଇ ବ୍ଲକ ପରିସରରେ ହୋ ହାଲ୍ଳା 

ଲଙ୍ଗଳେଶ୍ଵର ,22/12/22-(ମ ନି ସ ) ଚଳିତ ବର୍ଷ ବାରମ୍ବାର ଲଘୁଚାପ ଜନିତ ବର୍ଷା ଫଳରେ ବାଲିଆପାଳ ବ୍ଲକ ରେ ଥିବା 28 ଗ୍ରାମ ପଂଚାୟତ ରୁ କିଛି ଗ୍ରାମ ପଂଚାୟତ ରେ ବହୁତ କ୍ଷୟକ୍ଷତି ହୋଇଥିଲା l ସୂଚନାରୁ ପ୍ରକାଶ ବନ୍ୟାରେ ଚାଷ ଧୁଇଯାଇଥିବା ପଂଚାୟତ ଭିତରେ ବାଲିକୁଟି ଓ ବଣିଆଡିହା ଗ୍ରାମ ପଂଚାୟତ ଅନ୍ତର୍ଭୂକ୍ତ ରହିଛି l ଚାଷୀମାନଙ୍କ ଖେତୀ ପାଇଁ ସରକାର କିଛି ଅନୁକମ୍ପା ରାଶି ଦେଇଥିବା ବେଳେ ଏହି ଦୁଇଟି ପଂଚାୟତ ରେ ଥିବା କିଛି ଗାଁକୁ ରିଲିଫ ମିଳିନଥିବାରୁ ବ୍ଲକ ଆଗରେ ବହୁ ମହିଳା, ପୁରୁଷ ଓ ଲୋକପ୍ରତିନିଧି ମାନେ 10ଟା ରୁ ଚାରିଟା ପ୍ରଯ୍ୟନ୍ତ ଧାରଣାରେ ବସି ରହି ଥିବା ଦେଖିବାକୁ ମିଳିଥିଲା l ଅଗଷ୍ଟ 22ରେ ବନ୍ୟା ହୋଇଥିଲା ବେଳେ ଆଜକୁ ପାଞ୍ଚମାସ ହୋଇଗଲା କିନ୍ତୁ ପଂଚାୟତରେ ଥିବା ଗାଁ ଗୁଡିକୁ କ୍ଷତି ପୂରଣ ରାଶି ମିଳିନାହିଁ l ବନ୍ୟା ରିଲିଫ ମିଳିନଥିବାରୁ ଦୁଇ ପଂଚାୟତର ସରପଞ୍ଚ ବିଡ଼ିଓ ଙ୍କୁ ଅବଗତ କରାଇବା ପରେ ବିଡ଼ିଓ ଆସିବାକୁ କହି ଅନୁପସ୍ଥିତ ରହିବାକୁ ନେଇ ବ୍ଲକ ପରିସରରେ ପଂଚାୟତ ରୁ ଆସିଥିବା ଶହେରୁ ଅଧିକ ପୁରୁଷ ଓ ମହିଳାମାନଙ୍କ ସହିତ ପିଏସ ସଦସ୍ୟ, ସରପଞ୍ଚ ବିଡ଼ିଓ ଚେମ୍ବର ଆଗରେ ହୋ ହାଲା କରୁଥିବା ଦେଖିବାକୁ ମିଳିଛି l ଏହି ପଇସା ଦେବାରେ ରାଜନୀତି କରଣ କରୁଥିବା ର ପଂଚାୟତ ବାସୀ ଅଭିଯୋଗ କରିଛନ୍ତି l ବିଡ଼ିଓ କୁ ଫୋନ କରିବାରୁ ମୁଁ ଯାଉଛି, ଜରୁରୀ କାମରେ ଅଛି କହି ଚାରିଟା ସମୟରେ ଆସି 19 ଲକ୍ଷ 56 ହଜାର ଟଙ୍କା ଥିଲା ତେଣୁ କିଛି ଗ୍ରାମକୁ ଟଙ୍କା ଦିଆଯାଇଛି l ରିକ୍ୱାରମେଣ୍ଟ ଦିଆଯାଇଛି ଟଙ୍କା ଆସିଲେ ବାକି ଗ୍ରାମକୁ ଡିସେମ୍ବର ଶେଷ ସୁଦ୍ଧା ଦିଆଯିବ ବୋଲି ବିଡ଼ିଓ ବିନୋଦ ପଣ୍ଡା ପ୍ରତିଶୃତି ଦେଇଥିବା ପରେ ଗଣ୍ଡଗୋଳ ଶାନ୍ତ ପଡିଥିଲା l ଦେଖିବାକୁ ବାକିରହିଲା କେବେ ଏହାର ସମାଧାନ ହେଉଛି l

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକ ଙ୍କ ଅକାଳ ବିୟୋଗ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ଶୋକ ପ୍ରକାଶ 

masiha

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଇଂ ରାଜେଶ ମହାକୁଡ଼

masiha

ନୂଆପଡ଼ା ଜିଲ୍ଲା ରେ ମୋ ଘର ଯୋଜନାର ଶୁଭାରମ୍ଭ, ତିନି ଲକ୍ଷ ଟଙ୍କା ଆବାସ ଗୃହ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!