ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନବିଭାଗ ତରଫରୁ ପ୍ରାଣୀ ଚିକିତ୍ସା ଶିବିର

ଡାବୁଗାଁ, ୨୩/୧୨ (ମ.ନି.ସ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଜବାଗୁଡା ପଞ୍ଚାୟତ ଅଧୀନ ଜବାଗୁଡା ଗ୍ରାମରେ ଡାବୁଗାଁ ବନ ବିଭାଗ ତରଫରୁ କାମ୍ପା ଯୋଜନା ଅଧୀନରେ ଏକ ପ୍ରାଣୀ ଚିକିତ୍ସା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ ଯୋଗ ଦେଇ ଜଙ୍ଗଲ ସୁରକ୍ଷା, ଗୃହ ପାଳିତ ପ୍ରାଣୀଙ୍କ ର ସୁସ୍ଥ ଶରୀର ନିମନ୍ତେ ଟୀକାକରଣ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଜଙ୍ଗଲରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କର ସୁରକ୍ଷା ଉପରେ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ | ଏଥିରେ ଡାବୁଗାଁ ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ସାରସ୍ଵତ ସାହୁ ଓ କର୍ମଚାରୀ କିଶୋର ନାୟକ ଯୋଗ ଦେଇ ଗୃହପାଳିତ ପ୍ରାଣୀ ଯଥା:- ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦି ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଟିକାକରଣ କରି ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା | ଏଥିରେ ଏଥିରେ ପ୍ରାୟ ୩୯୦ ରୁ ଊର୍ଦ୍ଧ୍ଵ ପ୍ରାଣୀ ମାନଙ୍କ ଚିକିତ୍ସା କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ନମିତା ମହାନ୍ତି, କାର୍ତ୍ତିକ ମାଝି, ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, ଆମ ଜଙ୍ଗଲ ଯୋଜନା କର୍ମକର୍ତ୍ତା କୃପାଦାସ ମହୁରିଆ ଓ ହରିହର ନାୟକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସେବା ପର୍ବ ‘ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପରିଯୋଗିତା ଅନୁଷ୍ଠିତ ବିକଶିତ ଭାରତର ରଙ୍ଗ, କଳା ମାଧ୍ୟମରେ

Sunil Chandra Nayak

ଅପରେସନ୍‍ ସିନ୍ଦୁର’ର ସଫଳତା:ରାଇରଙ୍ଗପୁରରେ ତ୍ରିରଙ୍ଗା ବାଇକ୍ ଯାତ୍ରା  ଅପରେସନ୍‍ ସିନ୍ଦୁର’ର ସଫଳତା ଆମର ମା’ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପର ସଫଳତା

masiha

ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ

masiha

Leave a Comment

error: Content is protected !!