ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଚଢ଼ାଉ, ୨ ଜଣ ଗିରଫ

ବାଲେଶ୍ଵର,୨୩/୧୨/୨୨- ବାଲେଶ୍ଵର ଜିଲ୍ଲା ଖଇରା ଥାନା ଖଇରା ବଜାରରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଉକ୍ତ ମଦ ଦୋକାନ ଉପରେ ଚଢ଼ାଉ କରିଛି । ଏଥିରେ ବ୍ଯାପକ ନକଲି ମଦ ଜବତ କରାଯାଇଥିବାର ସୂଚନା ମିଳିଛି । ଏଥିସହିତ ୫୨୭/୨୨ ମୂଳେ ଏକ ମାମଲା ରୁଜୁ କରାଯାଇ ଦୋକାନରେ ମଦ ବିକ୍ରି କରୁଥିବା ଦୁଇ ଜଣ ବିକ୍ରେତା ରାହୁଳ କୁମାର ଗୁପ୍ତା ଓ ଅନୀଲ କୁମାର ସାହାଙ୍କୁ ଗିରଫ କରାଯାଇଛି । ଆଜି ଶୁକ୍ରବାର ତା ୨୩/୧୨/୨୨ ରିଖ ପୂର୍ବାହ୍ନ ଠାରୁ ଆରମ୍ଭ କରି ଅପରାହ୍ନ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଡେପୁଟି ସୁପରିଟେଣ୍ଡ ପ୍ରତାପ କୁମାର ଦାସ, ଇନ୍ସପେକ୍ଟର ସତ୍ଯଜିତ ଖଟୁଆ, ଏସ୍. ଆଇ. ସୌମ୍ୟ ରଞ୍ଜନ ଭୋଇ, ଖଇରା ଅବକାରୀ ଥାନା ଅଧିକାରିଣୀ କଳ୍ପନା ଜେନା ଓ କନେଷ୍ଟବଳ ବିଜୟ କୁମାର ମଲ୍ଲିକ ପ୍ରମୁଖ ଉକ୍ତ ଚଢ଼ାଉରେ ସାମିଲ ଥିଲେ । ନକଲି ମଦ ସନ୍ଦେହରେ ପରୀକ୍ଷା ଗାରାକୁ ନମୁନା ନିଆଯାଉଥିବା ସମୟରେ ସନ୍ଦେହରେ ଅବକାରୀ ଟିମ୍ ମଦସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗ ର ସଫଳତା, ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ପିକଅପ ଭ୍ୟାନ ସହ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ,ଗାଡି ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର 

Sunil Chandra Nayak

ବଡପଳସା ଗ୍ରାମରୁ ଟ୍ରାନ୍ସଫର୍ମର ଚୋରୀ

Sunil Chandra Nayak

ହାତୀଦାନ୍ତ ମାଫିଆକୁ ଧରିବାକୁ ଯାଇ ଦୁର୍ଵୁତଙ୍କ ଛ ରାଉଣ୍ଡ ଗୁଳି ଆକ୍ରମଣରେ ବର୍ତ୍ତିଲେ ବନ କର୍ମଚାରୀ

masiha

Leave a Comment

error: Content is protected !!