ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ଥ ଅଭାବ ରୁ ବନ୍ଧା ପଡିଛି ଛାତ୍ରର ଭାଗ୍ୟ ଭବିଷ୍ୟତ,କର୍ତ୍ତୃପକ୍ଷ ଏହାର ଉପରେ ବିଚାର କରିବା ଆବଶ୍ୟକତା ରହିଛି

ଥୁଆମୂଳ ରାମପୁର :୨୩/୧୨- (ମ.ନି.ସ) :- ସମାଜରେ ଅନେକ ଲୋକ ଅଛନ୍ତି ସେମାନେ ଅନେକ ଅଭାବ ଅନାଟନ ମଧ୍ୟରେ ଜଣେ ବାପା ପୁଅଝିଅ ଙ୍କୁ ପାଠପଢାଇ ଭଲ ମଣିଷ ଟିଏ ଗଢି ତୋଳିବା କୁ ଗରିବ ବାପା ଅକ୍ଲାନ୍ତ ପରିଶ୍ରମ କରି ତାଙ୍କ ପୁଅଝିଅ ଙ୍କୁ ପାଠ ପଢେଇବା ପାଇଁ ଚେଷ୍ଟା କରିଥାନ୍ତି। ଅନେକଙ୍କ ପାଠପଢେଇ ବାକୁ ଇଚ୍ଛା ଶକ୍ତି ରହିଛି ଯେତେ ଝଡ ଜଞ୍ଜାଳ ଆସୁପଛକେ ତାକୁ ଖାତିର ନ କରି ପରିବାର ର ଜଣେ ବାପା ଦିନ ମଜୁରିଆ ଜୀବନ ବିତାଉ ଥିବା ସ୍ଵତ୍ତ୍ୱେ ତାଙ୍କ ପୁଅକୁ ଉଚ୍ଚ ଶିକ୍ଷା ଦେବାପାଇଁ ଅହରହ ଚେଷ୍ଟା କରିଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଅର୍ଥ ଅଭାବରୁ ପୁଅ ଭିନ୍ନକ୍ଷମ ହେତୁ ପୁଅକୁ କୌଣସି ଚାକିରୀ ଖଣ୍ତ ମିଳିପାରୁ ନାହିଁ, ସେଭଳି ଅନେକ ଗରିବ ଘରର ପୁଅଝିଅ ବେକାରୀ ଜୀବନ ଭିତରେ ଘାଣ୍ଟି ହେଉଛନ୍ତି। ଏଭଳି ଏକ ଦୁଃଖରେ ଜୀବନ ଯାପନ କରୁଥିବା ପରିବାର ଗରିବ ବାପାଙ୍କ ମେଧାବୀ ଛାତ୍ର ସୁଦୂର ଭବାନୀପାଟଣା ସରକାରୀ ଇଞ୍ଜିନିୟରିଂ କଲେଜ ରେ ବିଟେକ ଏଣ୍ଟ୍ରାନ୍ସ ଦେଇ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଘରେ ଭିନ୍ନକ୍ଷମ ଓ ବେକାରୀ ଭାବରେ ଘରେ ରହିଛନ୍ତି, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ମମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କେରପାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ କାଚଲେଖା ଗ୍ରାମର ବିନୟ ନାଏକ ପିତା ଶିବ ନାଏକ ଜଣେ ଦଳିତ ପରିବାରରେ ଜନ୍ମିତ ସନ୍ତାନ ଜନ୍ମରୁ ସେ ଶତ ପ୍ରତିଶତ ବଧିର ରହିଥିବା ବେଳେ ଜଣେ ଭିନ୍ନକ୍ଷମ ଛାତ୍ର। ସେ ୨୦୨୦ ମସିହାରେ ସରକାରୀ ଇଞ୍ଜିନିୟର କଲେଜେରେ ପାଠପଢି ବିଟେକ ଶେଷ କରିଛନ୍ତି। ସେହି ପାଠ ପଡିବା ପାଇଁ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହ ଯୋଗରେ କଲେଜର ଫିଜ୍ ଦେଇ ଛାତ୍ରବାସରେ ରହି ପାଠ ସମାପ୍ତ କଲେ ବିଟେକ୍। କିନ୍ତୁ ଦୁର୍ଭାଗ୍ୟ ବିଷୟ ସେହି ସମୟରୁ ତାଙ୍କ ଦେହର ସମସ୍ତ ଅଙ୍ଗ ତଥା ଆଣ୍ଠୁ ଗଣ୍ଠି ଯାକ ପ୍ରବଳ ବ୍ୟଥା ହେଲା ଓ ସେ ସମ୍ପୂର୍ଣ ପଙ୍ଗୁ ହୋଇଗଲେ ଏହି ଅବସ୍ଥାରେ ବିଭିନ୍ନ ଡାକ୍ତରଖାନା ଯଥା ବିଶାଖାପାଟଣା ଭୁବନେଶ୍ୱରର ଏମସ୍ କୁ ଯାଇ ଚିକିତ୍ସିତ ହେଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସେ ସମ୍ପୂର୍ଣ ଭଲ ହୋଇ ପାରିଲେ ନାହିଁ। ସେ ବୈଶାଖୀ ବାଡ଼ି ସାହାଯ୍ୟ ରେ ଚଳପ୍ରଚଳ କରୁଛନ୍ତି। ତାଙ୍କର ଚିକିତ୍ସା ଖର୍ଚ୍ଚ ଓ କଲେଜ ଓ ହଷ୍ଟେଲ ଖର୍ଚ୍ଚ ଦେବାରେ ଅକ୍ଷମ ଅଛନ୍ତି, କଲେଜ କତ୍ତୃପକ୍ଷଙ୍କ ପାଖକୁ ତାଙ୍କ ସାର୍ଟିଫିକେଟ ମାଗିବା ପାଇଁ ବାରମ୍ବାର ଦୌଡୁଛନ୍ତି , କିନ୍ତୁ କଲେଜ କତ୍ତୃପକ୍ଷ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ନେଇକି ଆସ ଓ ତମର ସାର୍ଟିଫିକେଟ ନେଇ ଯାଅ କହିଛନ୍ତି। ଏକଥା କହିବାରୁ ବିନୟ ନାଏକ ହତାଶ ହୋଇ ଗତ ସତର ତାରିଖ ଦିନ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଶରୀର ଅକ୍ଷମ ଥିବା ହେତୁ ବାପା ଜଣେ ଦିନମଜୁରିଆ ଏତେ ଟଙ୍କା କେଉଁଠୁ ବା ଯୋଗାଡ଼ କରିପାରିବେ।ତେଣୁ ଏହାର ବିଚାର କରିବା ପାଇଁ କଲେଜ କତ୍ତୃପକ୍ଷ ସହିତ କଲେଜ ଅଧ୍ୟକ୍ଷ ଙ୍କୁ ନେହୁରା ହୋଇଥିବା ଜଣାପଡିଛି। ତେବେ କର୍ତ୍ତୃପକ୍ଷ ଏହି ଛାତ୍ରକୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରାଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗୁଣପୁର ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦେବସ୍ନାନ ଯାତ୍ରା

Sunil Chandra Nayak

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ମାଟିର ପୁଅ  ଆରକ୍ଷୀ ଉପ ନିରୀକ୍ଷକ କ୍ଷୀରୋଦ ଚନ୍ଦ୍ର ବାଗ ରାଜ୍ୟପାଳ ପଦକରେ ସମ୍ମାନୀତ

masiha

Leave a Comment

error: Content is protected !!