ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇଓ୍ବା ଗାଡି ପଛପଟେ ଧକାହୋଇ ବାଇକ ଚାଳକ ଗୁରୁତର, କଟକ ସ୍ଥାନାନ୍ତର

 କାମାକ୍ଷାନଗର (ମ ନି ସ)24/12/ ହାଇଓ୍ବା ଟ୍ରକ ପଛପଟେ ବାଇକ ପିଟି ହୋଇ ଚାଳକ ଗୁରୁତର। ଗୁରୁତର ହୋଇଥିବା ଯୁବକ ହେଲେ କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମର ଅଜୟ କୁମାର ବେହେରା। ସୁଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ଅଜୟ କାମାକ୍ଷାନଗର ବଜାରରୁ କାମସାରି ନିଜ ଘରକୁ ଫେରୁଥିଲେ। ଏକ ହାଇଓ୍ବା ଟ୍ରକ ଛକ ନିକଟ ରେ ଠିଆ ହୋଇଥିବା ବେଳେ ଟ୍ରକର ପଛପଟୁ ଧକ୍କା ବାଇକ ଧକ୍କା ହୋଇ ଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ଦ୍ବାରା କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରିଛନ୍ତି ଡାକ୍ତର। କାମାକ୍ଷାନଗର ସହର ଦେଇ ଭାରଯାନ ଚଳାଚଳ ଉପରେ ପ୍ରଶାସନ ରୋକ ଲଗାଇଥିବା ବେଳେ ସକାଳ ୭ ଟାରୁ ସନ୍ଧ୍ୟା ୯ ଟା ପର୍ଯ୍ୟନ୍ତ ଭାରିଯାନ ଚଳା ଚଳ ବନ୍ଦ ରହିଛି। ତେବେ କିପରି ସହର ମଧ୍ୟକୁ ହାଇଓ୍ବା ଟ୍ରକ ଆସିଲା ସେ ନେଇ ଘଟଣାସ୍ଥଳରେ ବେଶ କିଛିସମୟ ପାଇଁ ଚାପା ଉତ୍ତେଜନା ଲାଗିଥିଲା। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଆରଟିଓ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ୍ ପିକଅପ୍ ଭେନ୍ ମୁହାଁମୁହିଁ; ଦୁଇ ମୃତ ; ବାଇକ୍ ଜଳିଗଲା

masiha

ଵାରିପଦାରେ ଶିଶିର ମୁନ୍ଦୁୟାଙ୍କ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗଦାନ 

Sunil Chandra Nayak

ବଡଡାଳିମା ସିରିଜ ଦୁର୍ଘଟଣାରେ ୫’ ଆହତ, ଜଣେ ଗୁରୁତର

masiha

Leave a Comment

error: Content is protected !!