ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୋବେନପଡା ଠାରେ ବିଦ୍ୟାଳୟ ଓ ଗୋଷ୍ଠି ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୪/୧୨/ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ ଦର୍ଲିପଡା କ୍ଲଷ୍ଟରର ଧୋବେନପଡା ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ତତ୍ତ୍ୱାବଧାନରେ ଶୁକ୍ରବାର ବିଦ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ବିଆରସିସି ତଥା ଏବିଇଓ ତୋଫାନ ମାଝୀ, ମୂଖ୍ୟ ଅତିଥି ଭାବେ ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଈଶରାମ କୋଲଥିଆ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ସିଆରସିସି ସୁବାସ ବାଗ, କୈବଲ୍ୟ ଫାଉଣ୍ଡେସନ ର ସୁପ୍ରିୟା କୁମାରୀ, ସାଇଚନ ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ସ୍କୁଲ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ଅଭିଭାବକ ମାନେ ପିଲାଙ୍କ ପ୍ରତି ନିଜ ଦାୟିତ୍ୱ ଠିକ ଭାବେ ନିର୍ବାହ କରିବା ସହ ନିୟମିତ ଭାବେ ପିଲାଙ୍କୁ ବିଦ୍ୟାଳୟକୁ ପଠାଇଲେ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏଥିରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ବ୍ଲକ ମ୍ୟାନେଜର କୌଶଳ କିଶୋର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହେଲା ପିଲାମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଓ ଅଭିଭାବକ ମାନଙ୍କୁ ବିଦ୍ୟାଳୟ ସହିତ ପ୍ରତ୍ୟକ୍ଷ ଭାବେ ଯୋଡି ରହିବା ଏହାର ମୂଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଏଥିରେ ପିଲାଙ୍କୁ ନେଇ ସ୍କିପିଙ୍ଗ, ମ୍ୟୁଜିକାଲ ଚେୟାର, ପୁଚି, ଦୌଡ, ଚିତ୍ରାଙ୍କନ, ହାଣ୍ଡିଫଟା ଖେଳ ପ୍ରତିଯୋଗିତା ହୋଇଥିବା ବେଳେ ହୁଳହୁଳି, ଝୋଟି ଇତ୍ୟାଦି ପ୍ରତିଯୋଗିତାରେ ଅଭିଭାବକ ତଥା ଗାଁର ମହିଳା ମାନେ ଭାଗ ନେଇଥିଲେ । କୃତୀ ପ୍ରତିଯୋଗିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଘ୍ନେଶ୍ୱର ମାଝୀ ପରିଚାଳନା କରିଥିବା ବେଳେ, ଶିକ୍ଷକ ମାରଗୁଣିଆ ନାଗ ଏଥିରେ ସହଯୋଗ କରିଥିଲେ । ପରିଚାଳନା କମିଟି ସଭାପତି ଉଗ୍ରେ ମୁଲକିଆ, ସଦସ୍ୟା ଡାଲିମ୍ବ ମୁଲକିଆ, ଥବିର ନାଏକ, ବଳଭଦ୍ର ମୁଲକିଆ, ମହେଶ୍ବର ମାଝୀ ପ୍ରମୁଖ ଙ୍କ ସହ ଗ୍ରମାବାସୀ ଏଥିରେ ସହଯୋଗ କରିଥିଲେ । ଅନ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ମାଝୀ, ଧନେଶ୍ୱର ପୁଝାରୀ ସମେତ ଧୋବେନପଡା ଗାଁର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

ମସିହା ନିଉଜ ସର୍ଭିସ 

Related posts

ଟାଟା ମେଜିକ ସହିତ ବାଇକ ଧୋକ୍କା ରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର

masiha

ବଜ୍ରା ଘାତରେ ଦୁଇ ମଇଁସି ମୃତ

Sunil Chandra Nayak

ଆଦିବାସୀ ହୋ ସଂସ୍କୃତି ଭବନ’ ‘ସିଦାହାରା ସୁସୁର ଆକଳା’ ରେ ବିଶ୍ଵ ଆଦିବାସୀ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!