ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗ୍ରାମ ବିକାଶ ଶିକ୍ଷା ନିକେତନର ବାର୍ଷିକ କ୍ରୀଡା ଉତ୍ସବ ୨୦୨୨ – ୨୩ ଅନୁଷ୍ଠିତ

ଥୁଆମୂଳ ରାମପୁର:୨୪/୧୨: (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗ୍ରାମ ବିକାଶ ଶିକ୍ଷା ନିକେତନ ପ୍ରତିଷ୍ଠାନରେ ବାର୍ଷିକ କ୍ରୀଡା ଉତ୍ସବ ୨୩/୧୨/୨୦୨୨ ରିଖ ଶନିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ବିଭାଗର ସୁନିଲ ବେହେରା ଯୋଗଦାନ କରି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମୂଖ୍ୟ ବକ୍ତା ଭାବେ ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ମାଣିକ୍ୟ ଚନ୍ଦ୍ର ନାଏକ , ସମ୍ମାନିତ ଅତିଥି ଭାବେ ସିଆରସି ସୁନାର ମାଝୀ, ପ୍ରଧାନ ଶିକ୍ଷକ ଶିରମସ୍କା ବୈରାଗୀ ଚରଣ ନାଏକ, ପ୍ରଧାନ ଶିକ୍ଷକ ଥୁଆମୂଳ ରାମପୁର କୃତ୍ତିବାସ ନାଏକ, ଗ୍ରାମ ବିକାଶ ର ସୁବିନ ଦାସ, ଶିକ୍ଷକ ଅଜୟ ଦାସ, ରାମଚନ୍ଦ୍ର ନାଏକ ଙ୍କ ସମେତ ବିଦ୍ୟାଳୟର ଶିକ୍ଷୟତ୍ରୀ ବୈଦେହୀ ମାଝୀ, ଆଶାଲତା ସାମଲ, ପ୍ରଭାସିନୀ ଦାସ, ମମତା ସାହୁ, ନିଶି ଛତ୍ରିଆ, ଲକ୍ଷ୍ମୀ କାନ୍ତ ଶବର, ସୁଶୀଳ ବାଗ, ତ୍ରିଲୋଚନ ମାଝୀ, ରଞ୍ଜନ ମାଝୀ, ଦିଲୀପ ପ୍ରଧାନ ପ୍ରମୁଖ ସହଯୋଗୀ କରିଥିଲେ।ଶିକ୍ଷକ କାହ୍ନୁ ପାଢୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ନାରାୟଣ ଆଡବଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ। 

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭଲିଵଲ ଟୁର୍ଣାମେଣ୍ଟ ହେଲା ଶେଷ

Sunil Chandra Nayak

ଜୁଣବଳଦା ପ୍ରିମିୟର ଲିଗ ସିଜିନ ୧ ଉଦଯାପିତ 

masiha

ମାଁ ରାଏଗଡେନ୍ ସ୍ପୋଟ୍ସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!