ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲଙ୍କେଶ୍ୱରି ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଟିତ

ଡାଳଗୁମା // କୋକସରା ବ୍ଲକ ଅନ୍ତର୍ଗତ ଡାଳଗୁମା ସ୍ଥିତ ବଡ଼ଭଟା ଖେଳପଡିଆ ଠାରେ ଲଙ୍କେଶ୍ୱରି ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଯୋଗିନ୍ଦ୍ର ପଟ୍ଟନାୟକ , ସମିତି ସଭ୍ୟ ଚିନ୍ତାମଣି ଚଣ୍ଡୀ ,  ବରିଷ୍ଟ କଂଗ୍ରେସ ନେତା  ମହେନ୍ଦ୍ର ଧରୁଆ , ସମାଜ ସେବୀ  କେତୁ ମାଝୀ କ୍ଳବ୍ ସଭାପତି ପ୍ରଫୁଲ୍ଲ ଚଣ୍ଡୀ ,  ସମ୍ପାଦକ ପବିତ୍ର ନାଗ ,   କାହ୍ନୁ ଧରୁଆ , ପୀତବାସ ପଟ୍ଟନାୟକ , ଦିବ୍ୟ ପଟ୍ଟନାୟକ , ଙ୍କ ସମେତ ରେଫରି ଚିତ ଠାକୁର , ଯଶୋବନ୍ତ ଶବର ପ୍ରମୁଖ ସହଯୋଗ କରିଥିଲେ। ଆଜି ଅନୁଷ୍ଟିତ ପ୍ରଥମ ଖେଳ ଚିକିଲି ଓ ଡାଳଗୁମା ମଧ୍ୟରେ  ଏକ ସଂଘର୍ଷ ମୟ ପ୍ରତିଯୋଗିତା   ହୋଇଥିଲା ଏବଂ ଶେଷରେ ଏଥିରେ ଚିକିଲୀ ଦଳ ବିଜୟ ହାସିଲ କରିଥିଲେ l ଏହି ଖେଳ ପ୍ରତିଯୋଗିତା ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।

ଡାଳଗୁମା ରୁ ମହେନ୍ଦ୍ର ଧାରୁଆ ଙ୍କ ରିପୋର୍ଟ 

Related posts

ରାଜା ଖଣ୍ଡୁଆଳ ଦିବା ରାତ୍ରି କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଉଦଘାଟିତ

masiha

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ  କପିଆକୁ ହରାଇ ରାଜପୁର ଚମ୍ପିୟାନ 

masiha

Leave a Comment

error: Content is protected !!