ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ଦେଓଭରଣ୍ଡି ଠାରେ ଦୁର୍ଘଟଣା ଘଟି ୬ ଗୋଟି ଗାଈ ସହ ଜଣେ ମୃତ

ରାଇଘର (ମ ନି ସ ) ନବରଙ୍ଗପୁର ଜିଲା ରାଇଘର ବ୍ଲକ ରାଇଘର ଥାନା ଅନ୍ତର୍ଗତ ଦେଓଭରଣ୍ଡି ଠାରେ ଦୁର୍ଘଟଣା ଘଟି ରବିବାର ଜଣେ ବ୍ୟକ୍ତି ଙ୍କ ସହ ୬ ଟି ଗାଈ ଉପରେ ଚଢିଗଲା ଟିପ୍ପର ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି l ନାକଟିସିମଡା ପଂଚାୟତ ର ଦେଓଭରଣ୍ଡି ମୁଖ୍ୟ ରାସ୍ତା ରେ ସମାରୁ ଗଣ୍ଡ (୭0) ନିଜ ଘର ଗେଟ ସମ୍ମୁଖରେ ଗାଇ ଚରେଇବା କୁ ନେବା ବେଳେ  ହଟାତ ଭାରତ ମାଳା ଟିପ୍ପର ଦ୍ରୁତ ଗତିରେ ଆସି ଦୁର୍ଘଟଣା ଘଟାଇ ଥିବାରୁ ଘଟଣା ସ୍ଥଳରେ ସମାରୁ ଗଣ୍ଡ ଙ୍କ ସହ ୬ ଗୋଟି ଗାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି , ମୃତ୍ୟୁ ବରଣ କରିଥିବା ସମରୁ ଙ୍କ କ୍ଷତି ପୂରଣ ସହ ଡ୍ରାଇଭର ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଏହାର ପ୍ରତିବାଦ ରେ ଗ୍ରାମବାସୀ ଙ୍କ ସନରାଜ ଗଣ୍ଡ ମୁଖ୍ୟ ରାସ୍ତା ଉପରେ କାଠ ଗୋଣ୍ଡି ରଖି ପ୍ରତିବାଦ କରିଥିଲେ , ଘଟଣା ସ୍ଥଳରେ ରାଇଘର ତହସିଲଦାର ମାନସ ଘୋଡେଇ, ଅତିରିକ୍ତ ତହସିଲଦାର ଯୋଗୁ ପୁଜାରୀ, ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର, ରାଇଘର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା, କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ଭାରତ ମାଳା ଠିକାଦାର ଖ୍ୟାତି ପୂର୍ଣ ବାବଦ ରେ ୫ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତି ଶୃତି ଦେବା ପରେ ଗ୍ରାମବାସୀ ଧାରଣା ରୁ ଓହରି ଥିଲେ , ରାସ୍ତା ଅବରୋଧ ରହିଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ଥିବା ଦେଖିବାକୁ ମିଳିଥିଲା l ରାଇଘର ପୋଲିସ ଗାଡି ଜବତ କରି ଗାଡି ଡ୍ରାଇଭର କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେରଳା ପବ୍ଲିକ ସ୍କୁଲରେ ଓଡିଶା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ 

masiha

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫। ୧୮୪୧ ଟି ମାମଲା ଫଇସଲା….

Sunil Chandra Nayak

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

Sunil Chandra Nayak

Leave a Comment

error: Content is protected !!