ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମଧୁସୂଦନ ମହାପାତ୍ର ଙ୍କ କବିତା //ଶୋଷଣର ସୈତାନ !

ଶୋଷଣର ସୈତାନ

ତୁମେ କୁହ ସାଧୁଜନେ?
ଯେଉଁଠି ଆଜି ପ୍ରତିଶୃତି ପାଲଟିଛି ପ୍ରବଚନ
 ନୀତିଶବୁ ନିଷ୍ଠାହୀନ
ସେବାମାଗେ ମୁଲ ଧର୍ମ
ଏଠି ପ୍ରହସନ.
ଅଙ୍ଗଳ ଆରତୀରେ
ସାମ୍ପ୍ରଦାୟିକ ଭଜନ !
ଶୋଳ୍କମାନେ ଧଉଥାନ୍ତି ବଡ଼ଦାଣ୍ଡରେ.
ବେପାରୀଙ୍କ ବଂଶୀବାଦ ନରେ !
ସଂସାରକୁ ଶୁଣାଇ ସଂସ୍କାର
ଭାଷଣ
ଆମକୁ ବସେଇ ପିଣ୍ଡାରେ !
ତୁ ‘କହ କବି?
ଫୁଟେଇବୁ କେମିତି ଏଠି
ମାନବିକତାରେ ମହକୁ ଥିବା
ମଧୁ ମାଳତୀର ଫୁଲ,
ପିନ୍ଧେଇବାକୁ ସାମ୍ୟବାଦୀ
ସଦଭାବନାର ମାଳ
ସବୁରୀ ବେକରେ !
ସବୁତ ଧାନ୍ତି ଏଠି
ମୁଣ୍ଡେଇ ବୁଲିବାକୁ ଧନୀ ଙ୍କ
ଗଣ୍ଠୁଲି,
ତାଙ୍କୁ କ’ଣ ପିନ୍ଧେଇ ପାରିବୁ
ଗୈରିକ ବସନ ?
ନାଁ ପଢ଼େଇହେବ ସର୍ବ ହରାକୁ
ପୁଞ୍ଜିପତିଙ୍କ ପାଠଶାଳାରେ
ସମାଜ ବିଜ୍ଞାନ ?
କେବେ କ ‘ଣ ଶାସକଙ୍କୁ
ଶୁଣେଇ ହେବ
ବିଭୂକ୍ଷୀତ ଙ୍କ ଆକୁଳ କ୍ରନ୍ଦନ !
ନାଁ ଶିଖେଇ ହେବ ଜୀଇଁ ବାକୁ
ସନ୍ୟାସ ଜୀବନ !
ହେ “ସାଧୁ ଜନ ?
ତୁମେ ଦେଖିପାରିବ ନାଁ
ଦେଖେଇପାରିବ
ସନ୍ତାକାର ଦିଶୁଥିବା
ଏ ଶାସକ ମାନଙ୍କ ମୁଣ୍ଡରେ
ଡିଆଁ ମାରୁଛନ୍ତି କେମିତି

ଶୋଷଣର ସୈତାନ !

ମଧୁସୂଦନ ମହାପାତ୍ର

ନିଳାଦ୍ରୀବିହାର (ଝୁଂପାଣ )
ନଗୁଆଁ. ଯାଜପୁର

Related posts

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା // ତୁମେ ଆଉ ମୁଁ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା = ପୋଡ଼ାଶୀ ଘର, ଗାଉଁଲି ଝିଅ

masiha

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା // ଆସ ହେ ନୂଆ ବରଷ

Sunil Chandra Nayak

Leave a Comment

error: Content is protected !!